Only for Entertainment

ଏହି ଟିଭି ଅଭିନେତ୍ରୀ ସେୟାର କଲେ ଟପଲେସ ଯୋଗ ଫଟୋ, ଲୋକେ ଟ୍ରୋଲ କରିବା ବଦଳରେ କଲେ ବାଃ ବାଃ

Times of India
127

ସୋସିଆଲ ମିଡିଆରେ ସେଲିବ୍ରିଟି ମାନେ ନିଜ ହଟ ଏବଂ ବୋଲ୍ଡ ଫଟୋ ବନ୍ଦାସ ହୋଇ ସେୟାର କରୁଛନ୍ତି । ସେହିପରି ସେଲିବ୍ରିଟିଙ୍କ ଏହି ଫଟୋକୁ ନେଇ ଲୋକେ ଟ୍ରୋଲ କରିବା ମଧ୍ୟ ସାଧାରଣ କଥା ହୋଇ ଗଲାଣି । ନିକଟରେ ଟିଭି ଅଭିନେତ୍ରୀ ଏବିଗେଲ ପାଣ୍ଡେ ମଧ୍ୟ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ନିଜର ଏକ ଟପଲେସ ଫଟୋ ସେୟାର କରିଛନ୍ତି । କିନ୍ତୁ ଲୋକେ ଏବିଗେଲଙ୍କ ଏହି ଫଟୋ ଦେଖିବା ପରେ ତାଙ୍କୁ ଟ୍ରୋଲ କରିବା ପରିବର୍ତ୍ତେ ତାଙ୍କର ପ୍ରଶଂସା କରିଛନ୍ତି ।

ଅସଲରେ ଏବିଗେଲ ପାଣ୍ଡେ ଏବେ ଛୁଟି ଏଞ୍ଜୟ କରୁଛନ୍ତି । ଏହି ଭ୍ୟାକେସନରେ ସେ ଟପଲେସ ହୋଇ ଯୋଗ କରୁଥିବାର ଏକ ଫଟୋ ସେୟାର କରିଛନ୍ତି । କିନ୍ତୁ ଏହି ଫଟୋ ସେୟାର କରିବା ପୂର୍ବରୁ ସେ ଖୁବ ନର୍ଭସ ଏବଂ ଡରି ଥିଲେ ବୋଲି କହିଛନ୍ତି ।

 

 

View this post on Instagram

 

My many words may not be able to express how much I appreciate what @nude_yogagirl is doing. Many of You may not resonate with her insta handle but don’t we all know how attractive headlines and titles walk you towards what a person is trying to express, do we not know that judging a book by its cover is not the ultimate climax, so yeah! Nude and yoga might not have anything in common but it’s expression together may mean world to people who experience it, I was shy and scared and fearful of taking a shot that might make me feel liberated. Only because I kept thinking what others would think, my friend and also my photographer plus bodyguard in the moment @aashkagoradia said “Abby, let go off the fear of what others think, it won’t make you feel empowered.” Just in that moment I let go off, in my mind I knew there is no watching me but me, and just in that moment I had to let go, for me. Here’s my story what’s yours? #nuedisnormal ❤

A post shared by Abigail :)) (@abigail_pande) on

କହିରଖୁଛୁ ଯେ, ଏବିଗେଲ ପାଣ୍ଡେ ସୋସିଆଲ ମିଡିଆରେ ସର୍ବଦା ଯୋଗ ଭିଡିଓ ଏବଂ ଫଟୋ ସେୟାର କରିଥାନ୍ତି । ଅନେକ ଲୋକେ ତାଙ୍କୁ ଯୋଗ ଗର୍ଲ ଭାବରେ ମଧ୍ୟ ଡାକିଥାନ୍ତି । କିନ୍ତୁ ନିଜର ଏହି ଲ୍ୟାଟେଷ୍ଟ ଫଟୋ ପୋଷ୍ଟ କରିବା ପୂର୍ବରୁ ତାଙ୍କର ମନରେ ଅନେକ ପଶ୍ନ ଉଙ୍କି ମାରିଥିଲା । ଏହାକୁ ସେ ଫଟୋ ସହିତ ନିଜ ଲମ୍ବା ଚଉଡା ପୋଷ୍ଟରେ କହିଛନ୍ତି ।

 

ଏବିଗେଲଙ୍କ ବିଷୟରେ କହିବାକୁ ଗଲେ ସେ ଅନେକ ଟିଭି ଶୋ’ ଯେପରି ଜିନ୍ଦଗୀ ବିନ୍ସ, କ୍ୟା ଦିଲ ମେଁ ହେ ଏବଂ ହମସେ ହେ ଲାଇଫରେ ନଜର ଆସିଛନ୍ତି । ଏହା ସହିତ ସେ କୋରିଓଗ୍ରାଫର ସନମଙ୍କ ସହିତ ନଚ ବଲିୟେରେ ମଧ୍ୟ ଅଂଶ ନେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More