Only for Entertainment

ଅଭିନୟରେ ପାଦ ଦେବେ କେରିଓଗ୍ରାଫର ଟେରେନ୍ସ ଲୁଇସ, ଏହି ଫିଲ୍ମରେ ଆସିବେ ନଜର

Highlights India
36

ଖୁବ ଶୀଘ୍ର ବଲିଉଡ ଫିଲ୍ମରେ ଡେବ୍ୟୁ କରିବେ ଜଣା ଶୁଣା କୋରିଓଗ୍ରାଫର ଟେରେନ୍ସ ଲୁଇସ । ଏକ ସାକ୍ଷାତକାରରେ ଟେରେନ୍ସ କହିଛନ୍ତି, ସେ ଡ୍ୟାନ୍ସ ଉପରେ ଆଧାରିତ ଫିଲ୍ମରୁ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି । କାହିବାକୁ ଗଲେ ଏହା କଣ୍ଟେପରାରି ଡ୍ୟାନ୍ସ ଉପରେ ନିର୍ମିତ ହେବାକୁ ଯାଉଛି । ସେ କହିଛନ୍ତି ଯେ, ‘ଯଦି ମୁଁ ସଚ୍ଚୋଟ ଭାବେ କହିବି  ତେବେ ବଲିଉଡରେ କେହି ଏପରି ଅଭିନେତା ନାହାଁନ୍ତି ଯିଏ କି ଏହି ଚରିତ୍ର ସହିତ ନ୍ୟାୟ କରି ପାରିବେ’  ଟେରେନ୍ସ ଆହୁରି କହିଛନ୍ତି କି, ଏହା ଏଥିପାଇଁ କହିଲି କାରଣ ଡ୍ୟାନ୍ସ ଏହି ଫିଲ୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ, ଏହା ବଲିଉଡ ଡ୍ୟାନ୍ସ ନୁହେଁ, କି ହିପ୍ହପ୍ କି ସାଲସା ନୁହେଁ, ଏହା କଣ୍ଟେପରାରି ଅଟେ । ଏହାକୁ ଶିଖିବା ଏତେ ସହଜ ନୁହେଁ ।

terence

ଏହି ଫିଲ୍ମରେ ଟରେନ୍ସ ଡ୍ୟାନ୍ସ ସହିତ ଅଭିନୟ କରୁଥିବାର ମଧ୍ୟ ଦେଖିବାକୁ ମିଳିବ । ଟରେନ୍ସ କହିଛନ୍ତି, ଫିଲ୍ମର କାହାଣୀରେ ଚରିତ୍ର ବିଷୟରେ ସେ ଯେପରି ଲେଖିଛନ୍ତି, ଉକ୍ତ ଚରିତ୍ରଟି ତାଙ୍କ ସହିତ ବହୁତ ମିଶୁଛି ଓ ମାତ୍ର କିଛି କିଛି ଅଲଗା ଅଛି । ସେ ଆହୁରି ମଧ୍ୟ କହିଛନ୍ତି କି, ସେ ଏହି ଚରିତ୍ରରେ ଅଭିନୟ କଲେ ବହୁତ ଖୁସି ହେବେ । କାରଣ ଫିଲ୍ମର କାହାଣୀ ବହୁତ ରୋଚକପୂର୍ଣ୍ଣ ଅଟେ ।

ଅଭିନୟକୁ ଦେଖିବାକୁ ଗଲେ ଟେରେନ୍ସ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ପ୍ରଥମେ ‘ଦ ଗୁଡ ଗାର୍ଲ’ ନାମକ ଏକ ସର୍ଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଫିଚର ଫିଲ୍ମରେ କାମ ଆରମ୍ଭକୁ ନେଇ ସେ କହିଛନ୍ତି କିି, ‘ଗତ କିଛି ବର୍ଷରେ ମଧ୍ୟରେ ମୋତେ ଅନେକ ଫିଲ୍ମରେ କାମ କରିବାର ଅଫର ମିଳିଛି, କିନ୍ତୁ ମୁଁ ଫିଲ୍ମ କରିବାକୁ ଚାହୁଁନାହିଁ । ଏହି ଫିଲ୍ମରେ ଦୁଇ ଜଣ ଅଭିନେତ୍ରୀ ଥିବାର ଶୁଣିବାକୁ ମିଳିଛି । ଟରେନ୍ସ କହିଛନ୍ତି କି, ମୁଁ ପ୍ରଥମଥର ଗୋଟେ ରାଇଟର ଭାବେ ମଧ୍ୟ କାମ କରୁଛି, ସେଥିପାଇଁ ମୁଁ ମୋ କାମକୁ ପର୍ଯ୍ୟାପ୍ତ ପରିମାଣରେ ସମୟ ଦେବାକୁ ଚାହୁଁଛି । କାରଣ ମୋ ଚରିତ୍ରର ପ୍ରତ୍ୟେକଟି ଦୃଶ୍ୟ ଠିକ୍ ଓ ବାସ୍ତବିକ୍ ଲାଗିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More