Only for Entertainment

ରିଲିଜ୍ ହେଲା କବିର୍ ସିଂ ଫିଲ୍ମର ରୋମାଂଟିକ୍ ଗୀତ ‘ତେରା ବନ୍ ଯାଉଁଙ୍ଗା’ ର ଫିମେଲ୍ ଭର୍ସନ୍ !

44

ଚଳଚ୍ଚିତ୍ର କବିର୍ ସିଂ ବକ୍ସ ଅଫିସରେ ଧମାଲ୍ କରିବାରେ ସଫଳ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ ୩୭୨ କୋଟି ବ୍ୟବସାୟ କରିପାରିଛି । ଯେତିକି ଆକର୍ଷଣୀୟ ଏହାର କାହାଣୀ ରହିଥିଲା ସେତିକି ମନଲୋଭା ଥିଲା ସିନେମାର ଗୀତ ଗୁଡିକ । ଫିଲ୍ମର ରୋମାଂଟିକ୍ ଗୀତ ‘ତେରା ବନ୍ ଯାଉଁଙ୍ଗା’କୁ ସ୍ରୋତା କରିଥିଲେ ଭରପୁର ପସନ୍ଦ । ଏବେ ଏହି ଗୀତର ଫିମେଲ୍ ଭର୍ସନ୍ ରିଲିଜ୍ ହୋଇଛି । ଯେଉଁଥିରେ ଶୁଣିବାକୁ ମିଳିଛି ତୁଲସି କୁମାରଙ୍କ ଗାୟିକୀ ।

ଚଳଚ୍ଚିତ୍ର ‘କବିର୍ ସିଂ’ ର ରୋମାଂଟିକ୍ ଗୀତ ‘ତେରା ବନ ଯାଉଁଙ୍ଗା’ର ଫିମେଲ୍ ଭର୍ସନ୍ ୟୁଟୁବରେ ରିଲିଜ୍ ହୋଇଛି । ଗୀତର ଲୋକପ୍ରିୟତାକୁ ଦେଖି ମେକର୍ ଏହାର ଫିମେଲ୍ ଭର୍ସନ୍ ଭେଟି ଦେଇଛନ୍ତି । ଗୀତରେ ଶୁଣିବାକୁ ମିଳିଛି ତୁଲସି କୁମାରଙ୍କ ଆକର୍ଷଣୀୟ ଗୀୟିକୀ । ଆଉ ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓରେ ବି ତୁଲସିଙ୍କୁ ଦେଖିବାକୁ ମିଳିଛି ।

ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଖିଲ୍ ସଚଦେବା । ଗୀତିକାର କୁମାର୍ ଏହି ମନଛୁଆଁ ଗୀତର ଲିରିକ୍ସର ଭାର ତୁଲାଇଛନ୍ତି ।

ତୁଲସି କୁମାରଙ୍କ ବେମିଶାଲ୍ ଗାୟିକୀ ଅନେକ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଛି । ନିଜ ୟୁନିକ୍ ସିଙ୍ଗିଙ୍ଗ ଟ୍ୟାଲେଂଟ୍ ପାଇଁ ବଲିଉଡରେ ସେ ହୋଇଛନ୍ତି ପପୁଲାର୍ । ପୂର୍ବରୁ ତାଙ୍କ ଭଏସରେ ଆସିଥିବା ଅନେକ ଗୀତ ହିଟ୍ ଲିଷ୍ଟରେ ସାମିଲ୍ ହୋଇପାରିଛି । ଆଉ ଯାହାକୁ ନଜରରେ ରଖି ମେକର୍ ତାଙ୍କୁ ନେଇ ଏହି ଗୀତ ‘ତେରି ବନ ଯାଉଁଙ୍ଗି’ ଭେଟି ଦେଇଛନ୍ତି । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଶକ୍ତି ହସିଜା । ସୋସିଆଲ୍ ମିଡିଆରେ ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More