Only for Entertainment

ଇଂଟିମେଟ ଦୃଶ୍ୟ ନକରିବା ଜିଦିରେ ଖୁବ କମ ଫିଲ୍ମରେ ନଜର ଆସନ୍ତି ଅମୃତା ରାଓ ।

The Indian Express
29

ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରେଇ ରହିଥିବା ଅମୃତା ରାଓ ଖୁବ ଶୀଘ୍ର ବାଲ ଠାକରେଙ୍କ ଫିଲ୍ମ ଠାକରେରେ ନଜର ଆସିବେ । ଏଥିରେ ସେ ଶିବସେନା ସଂସ୍ଥାପକ ବାଲ ଠାକରେଙ୍କ ପତ୍ନୀ ମୀନା ଠାକରେଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଭିଷେକ ପାନସେ । ବାଲ ଠାକରେଙ୍କ ଚରିତ୍ରରେ ନଜର ଆସିବେ ନବାଜୁଦ୍ଦିନ ସିଦ୍ଦିକ । ଫିଲ୍ମ ବିବାହରେ ସମସ୍ତଙ୍କ ହୃଦୟକୁ କିଣି ନେଇଥିବା ଅମୃତାଙ୍କ କମବ୍ୟାକରେ ଫ୍ୟାନ୍ସ ଖୁବ ଖୁସି ଅଛନ୍ତି ।

ଏକ ଇଂଟରଭ୍ୟୁରେ ଅମୃତା ରାଓ ଏକ ଖୁଲାସା କରିଛନ୍ତି । ଯେଉଁଥିରେ କାହିଁକି ମିଳୁଥିବା ଫିଲ୍ମ ଅଫରକୁ ମନା କରିଦଅନ୍ତି ସେହି ବିଷୟରେ କହିଛନ୍ତି । କାହିଁକି ରୂପେଲି ପରଦାରୁ ଏତେ ଦିନ ଦୂରେଇ ରହିଥିବା ପ୍ରଶ୍ନରେ ସେ କହିଲେଯେ ମୁଁ କମ ବୟସରେ କାମ ଆରମ୍ଭ କରିଥିଲି । ବୋଲ୍ଡ ସିନ ନକରିବା ପାଇଁ କେତେକ ଫିଲ୍ମ ମୁଁ ଛାଡ଼ିଛି । ଏଭଳି କେତେକ ବଡ଼ ପ୍ରୋଜେକ୍ଟର ମୌକା ମୁଁ ଛାଡ଼ିଛି । କାରଣ ମୁଁ ଇଂଟିମେଟ ସିନ କରିବାରେ ନିଜକୁ ସହଜ ମନେ କରୁନଥିଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More