Only for Entertainment

କାରଖାନର ଗେଟ ପାଖରେ ଶୋଇଥିଲା ୧୨ଫିଟର ଅଜଗର, ଶ୍ରମିକଙ୍କୁ ଦେଖି ଜାଗି ଉଠିଲା ଆଉ ତା’ପରେ …..

25

ଥାଇଲାଣ୍ଡର ଏକ ଫ୍ୟାକ୍ଟ୍ରିରେ କିଛି ଏଭଳି ଘଟିଛି ଯାହା ସମସ୍ତଙ୍କୁ କରି ପକାଇଛି ଆଶ୍ଚର୍ଯ୍ୟ । କାରଖାନାରେ ଶ୍ରମିକ ମାନେ ସେହିସମୟରେ ଆଶ୍ଚର୍ଯ୍ୟ ହୋଇପଡିଥିଲେ , ଯେଉଁ ସମୟରେ ସେମାନେ କବାଟ ପାଖରେ ଏକ ଅଜଗରକୁ ଶୋଇଥିବାର ଦେଖିଥିଲେ । ଏକ ରିପୋର୍ଟ ମୁତାବକ, ଥାଇଲାଣ୍ଡର ଚୌନବୁରୀରେ ଏଭଳି ଲୋମହର୍ଷ ଘଟଣା ଘଟିଛି । କାରଖାନରେ ଯେତେବେଳେ ଶ୍ରମିକମାନେ କାମ ପାଇଁ ସକାଳେ ପହଂଚିଥିଲେ ୧୨ଫୁଟର ଅଜଗର ଶୋଇଥିବା ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଇଥିଲେ ।

ସେମାନେ ପ୍ରଥମେ ଲାଗିଲା ଯେ ଅଜଗରଟି ଗେଟରେ ଫସି ଯାଇଛି । କିନ୍ତୁ ସେ ଶୋଇଥିଲା । ରିପୋର୍ଟ ମୁତାବକ ଏହି ଅଜଗରର ଓଜନ ୩୦ରୁ ୪୦କେଜି ଥିଲା ଏବଂ ଯେତେବେଳେ ସାପ ଧରିବା ଲାଗି ଲୋକ ଆସିଲେ ତା’ର ନିଦ ଭାଙ୍ଗିଥିଲା । ଭିଡିଓରେ ନଜର ଆସିଛି ଯେ ଅଜଗରକୁ ଧରିବା ଲାଗି ପ୍ରୟାସ କରୁଥିବା ବେଳେ ସେ ରାଗି ଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାରେ କେହି ଆଘାତପ୍ରାପ୍ତ ହୋଇଥାଆନ୍ତି । ଅଜଗରକୁ ଧରି ଜଙ୍ଗଲରେ ଛାଡି ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More