Only for Entertainment

ବୟସର ଅନ୍ତର କହିବ କେତେ ଲମ୍ବା ଚାଲିବ ଆପଣଙ୍କ ମ୍ୟାରେଡ ଲାଇଫ

V6 News Portal
49

ନିକଟରେ ହୋଇ ଥିବା ଏକ ସର୍ଭେରୁ ଜଣା ପଡିଛି ଯେ, କପଲ୍ସଙ୍କ ମଧ୍ୟରେ ଥିବା ବୟସ ତାରତମ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ସୂଚାଇଥାଏ । ଏହି ସର୍ଭେକୁ ଏକ କାଲକୁଲେସନ ମାଧ୍ୟମରେ କରାଯାଇଛି । ପରଫେକ୍ଟ ଏଜ ଗ୍ୟାପ ସଫଳ ଲଙ୍ଗ ଟର୍ମ ରିଲେସନସିପର ଆଧାର ବୋଲି ଏହି ସେର୍ଭରେ ଜଣା ପଡିଛି ।

ଏହି ଷ୍ଟଡିରେ ୩ ହଜାର ବିବାହିତ ଲୋକେ ଭାଗ ନେଇଥିଲେ । ଏହି ଷ୍ଟଡିରୁ ବୈଜ୍ଞାନିକ ଏକ ଫନି କନେକ୍ସନ ପାଇଛନ୍ତି । ତାହା ହେଉଛି ଯେତେ ଅଧିକ ଏଜ ଗ୍ୟାପ ସେତେ ଅଧିକ ବ୍ରେକଅପର ଆଶଙ୍କା । କିନ୍ତୁ ସେମାନେ ଏହା ସ୍ପଷ୍ଟ କରିଛନ୍ତି ଯେ, କେବଳ ଏଜ ଗ୍ୟାପ ନୁହେଁ କପଲ୍ସଙ୍କ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥାଏ ସେମାନେ ନିଜ ସର୍ମ୍ପକକୁ କିପରି ରଖିବେ ।

ଏହି ସର୍ଭେରେ କୁହାଯାଇଛି ଯେ, ୫ ବର୍ଷରୁ ଅଧିକ ବୟସ ଅନ୍ତର ଥିଲେ ବ୍ରେକଅପର ଆଶଙ୍କା ୧୮ ପ୍ରତିଶତ ଥାଏ । ଯଦି ଅନ୍ତର ୧୦ ବର୍ଷ ତେବେ ବ୍ରେକଅପର ଆଶଙ୍କା ୩୦ ପ୍ରତିଶତ ହୋଇଯାଇଥାଏ । ୨୦ ବର୍ଷ ଅନ୍ତରରେ ବ୍ରେକଅପ ଆଶଙ୍କା ୯୫ ପ୍ରତିଶତ ବଢିଯାଇଥାଏ ।

ସେହିପରି ବୈଜ୍ଞାନିକ ଗବେଷଣାରୁ ପାଇଛନ୍ତି ୧-୩ ବର୍ଷ ବିବାହ ପାଇଁ ପରଫେକ୍ଟ ଏଜ ଗ୍ୟାପ । ଏହି କପଲ୍ସଙ୍କ ମଧ୍ୟରେ ସନ୍ତୁଳନ ସର୍ବଦା ରହିଥାଏ । ପରସ୍ପରର ନିଜ ନିଜର ଦାୟିତ୍ୱକୁ ଠିକ ଭାବେ ତୁଲାଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More