Only for Entertainment

ବେପନହାକୁ ପଛରେ ପକାଇ ସବୁଠାରୁ ପ୍ରିୟ ଶୋ ହେଲା ଟ୍ରିପଲ ତଲାକ ବେସ୍ଡ ଏହି ଶୋ ।

aajtak
0 78

ଏବେ ଏକ ଟିଭି ଶୋ ଦର୍ଶକଙ୍କର ଖୁବ ପସନ୍ଦ ହେବାରେ ଲାଗିଛି । ଏହା ଜେନିଫର ୱିଙ୍ଗେଟଙ୍କ ଶୋ ବେପନହାକୁ ମଧ୍ୟ ପଛରେ ପକାଇ ଦେଇଛି । ଆମେ ଆଲୋଚନା କରୁଅଛୁ ଜି ଟିଭିରେ ପ୍ରସାରିତ ଶୋ ‘ଇସ୍କ ସୁଭାନ ଉଲ୍ଲାହ’ ବିଷୟରେ । ଏହି ଶୋ ଟ୍ରିପଲ ତଲାକ ଉପରେ ଆଧାରିତ । ଦର୍ଶକଙ୍କୁ ଏହା ଖୁବ ପସନ୍ଦ ମଧ୍ୟ ଆସୁଛି ।

ଏହାକୁ ଭଲ ରେଟିଙ୍ଗସ ମଧ୍ୟ ମିଳୁଛି । ଟିଆରପି ମଧ୍ୟ କିଛି କମ ନାହିଁ । ଶୋ’ରେ ନାୟକ ଏବଂ ନାୟିକା ଉଭୟ ଇସଲାମ ହୋଇଥିଲେ ମଧ୍ୟ କୋରାନକୁ ନେଇ ଦୁଇଜଣଙ୍କର ଭିନ୍ନ ମତ ଓ ବିଚାର ଦେଖିବାକୁ ମିଳୁଛି । କିନ୍ତୁ ଯେଭଳି ସେଭଳି ଦୁଇଜଣଙ୍କ ବିବାହ ହେଉଛି । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ।

ସୂଚନା ଅନୁସାରେ ଏହି ଶୋ ତୃତୀୟ ସ୍ଥାନ ହାସଲ କରିବାରେ ସଫଳ ରହିଛି । ଏହା ଆଗରେ କୁମ କୁମ ଭାଗ୍ୟ,କୁଣ୍ଡଲି ଭାଗ୍ୟ ର ମହା ଏପିସୋଡ ଏବଂ ୟେ ରିସ୍ତା କ୍ୟା କେହଲାତା ହୈ ରହିଛି ।

ଶୋ’କୁ ଦର୍ଶକ ଏତେ ପସନ୍ଦ କରୁଛନ୍ତିଯେ ବେପନହାରେ ଜେନିଫରଙ୍କ ମର୍ଡନ ମୁସଲିମ ଚରିତ୍ରକୁ ମଧ୍ୟ ଅଣଦେଖା କରିବା ଭଳି ଅନୁଭବ ହେଉଛି । ଇସ୍କ ସୁଭାନ ଉଲ୍ଲାହର ଇମ୍ପ୍ରେଶନ ୫୦ ଲକ୍ଷ ଥିବା ବେଳେ ବେପନହାର ଇମ୍ପ୍ରେଶନ ୩୭ ଲକ୍ଷ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More