Only for Entertainment

ରିଲିଜ ହେଲା କମେଡି – ଡ୍ରାମା ଫିଲ୍ମ ‘ହାଉସଫୁଲ୍ – ଫୋର୍’ ର ଫନି ଟ୍ରାକ ‘ଦ ଭୂତ ସଙ୍ଗ’, ଦେଖନ୍ତୁ ଭିଡିଓ

Latestly
46

ଚର୍ଚ୍ଚାରେ ଆଗାମୀ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ ‘ହାଉସଫୁଲ୍ – ଫୋର୍’ । ସିନେମାରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନିଟି ଯୋଡି ଦେଖିବାକୁ ମିଳିବ । ଅକ୍ଷୟ କୁମାର୍- କ୍ରିତି ସାନୋନ୍, ରିତେଶ୍ ଦେଶମୁଖ୍ – ପୂଜା ହେଗଡେ ଓ ବବି ଦେଓଲ୍ – କିର୍ତି ଖରବନ୍ଧାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ପୂର୍ବଜନ୍ମକୁ ନେଇ ଏଇ ଜନ୍ମରେ ବି କିଭଳି ହୁଏ କନଫ୍ୟୁଜନ୍ ତାହା ଦେଖିବାକୁ ମିଳିବ ଏହି ସିନେମାରେ । ଇତି ମଧ୍ୟରେ ଫିଲ୍ମର ଫନି ଟ୍ରାକ୍ ‘ଦ ଭୂତ ସଙ୍ଗ’ ମୁକ୍ତିଲାଭ କରିଛି ।

ଗୀତରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଧିକିଙ୍କୁ ଜଣେ ତାନ୍ତ୍ରିକ ଭାବେ ଦେକିବାକୁ ମିଳିଛି । ଆଉ ସେ ଫିଲ୍ମର ଲିଡ୍ ଷ୍ଟାର୍ ଅକ୍ଷୟ କୁମାରଙ୍କ ଭୂତ ଛଡେଇବା କାମ କରୁଛନ୍ତି । ଏହାସହ ଫିଲ୍ମର ତିନି ନାୟିକା କ୍ରିତି ସାନୋନ୍, କ୍ରିତି ଖରବନ୍ଧା ଓ ପୂଜା ହେଗଡେଙ୍କ ସହ ବବି ଦେଓଲ୍, ରିତେଶ ଦେଶମୁଖଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ । ରିଲିଜ୍ ହୋଇଥିବା ଏହି ଗୀତରେ ସ୍ଥାନ ପାଇଛି ମିକାଙ୍କ ଜବରଦସ୍ତ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ଫରହାଦ ସମଜୀ ଓ ସନ୍ଦୀପ ସିରୋଦକର୍ । ଆଉ ଏହି ଡ୍ୟାନ୍ସ ଗୀତର ଲିରିକ୍ସ ଦେଇଛନ୍ତି ଫରହାଦ୍ ସମଜି । ସାଜିଦ୍ ନାଡିଆଡୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସମଜି । ୨୬ ଅକ୍ଟୋବରରେ ପରଦାକୁ ଆସିବ ହାଉସଫୁଲ୍ – ଫୋର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More