Only for Entertainment

‘ଦ ଗାନ୍ଧୀ ମର୍ଡ଼ର’କୁ ନେଇ ଥମୁନାହିଁ ବିବାଦ, ନିର୍ମାତା ନେଲେ ବଡ଼ ନିଷ୍ପତ୍ତି । ଆଶ୍ଚର୍ଯ୍ୟ କରିଦେବ………… ।

amarujala
29

ମଣିକର୍ଣ୍ଣିକା ପରେ ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ନିର୍ମାଣ ହେଉଥିବା ଫିଲ୍ମ ‘ ଦ ଗାନ୍ଧୀ ମର୍ଡ଼ର’କୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଗଲାଣି । ଏହି ଫିଲ୍ମକୁ ଭାରତରେ ରିଲିଜ କରାଯିବ ନାହିଁ । ସେମାନଙ୍କ କହିବା ଅନୁସାରେ ଫିଲ୍ମକୁ ନେଇ କିଛି ଅସାମାଜିକ ତତ୍ତ୍ୱ ଭାରତରେ ରିଲିଜ ନକରିବାକୁ ଧମକ ଦିଆଯାଇଛି । ଯେଉଁ କାରଣରୁ ତାଙ୍କୁ ଏଭଳି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିଛି ।
ଫିଲ୍ମର ନିର୍ମାତା ଲକ୍ଷ୍ମୀ ଆର ଅୟରଙ୍କ କହବା ଅନୁସାରେ ସେ ଏହି ଫିଲ୍ମକୁ ଭାରତରେ ରିଲିଜ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି,କାରଣ କିଛି ଅସାମାଜିକ ଲୋକ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି । ଯେତେବେଳେ ତାଙ୍କୁ କିଏ ଧମକ ଦେଉଛି ପ୍ରଶ୍ନ କରାଗଲା ସେ କହିଲେ ତାଙ୍କୁ ଅଜଣା ନମ୍ବରରୁ ଫୋନ ଆସୁଛି । କହିରଖୁଛୁଯେ ୩୦ ଜାନୁୟାରୀ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡ଼ସେ ପ୍ରାର୍ଥନା ସଭାରେ ହତ୍ୟା କରିଥିଲେ । ତେବେ ତାଙ୍କ ମୃତ୍ୟୁର ବାସ୍ତବ ଘଟଣାକୁ ଏହି ଫିଲ୍ମରେ ଦେଖାଯାଇଛି ।

ନିର୍ମାତାଙ୍କ କହିବା ଅନୁସାରେ ଗତବର୍ଷ ତାଙ୍କୁ ସେନ୍ସର ବୋର୍ଡ଼ ଏହି ଫିଲ୍ମ ପାଇଁ ଅନୁମତି ଦେଇ ଦେଇଥିଲେ । ଫିଲ୍ମରେ କୌଣସି ପକ୍ଷପାତିତାକୁ ସ୍ଥାନ ଦିଆଯାଇନାହିଁ । କିନ୍ତୁ ଭାରତରେ ବର୍ତ୍ତମାନ ଏହାକୁ ଦେଖାଇବା ପାଇଁ ଠିକ ସମୟ ନୁହେଁ । ଏହି ଫିଲ୍ମରେ ଦିବଙ୍ଗତ ଆକ୍ଟର ଓମପୁରୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More