Only for Entertainment

ଟ୍ରେଡମିଲ ଉପରେ ଯୁବତୀଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ ।

facebook
0 47

ଟ୍ରେଡମିଲରେ ଦୌଡି ଓଜନ ହ୍ରାସ କରିବା ସାଧାରଣ କଥା କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଟ୍ରେଡମିଲ ଉପରେ ଡ୍ୟାନ୍ସ କରି ମଧ୍ୟ ଓଜନ ହ୍ରାସ କରାଯାଇପାରେ । ଏପରି କିଛି କରି ଦେଖାଇଛନ୍ତି ଜଣେ ଯୁବତୀ । ଯୁବତୀ ଜଣଙ୍କୁ ଟ୍ରେଡମିଲ ଉପରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଏହି ଭିଡିଓକୁ ସୋସିଆଲ ନେଟୱାକିଙ୍ଗ ସାଇଟ ଫେସବୁକରେ ‘ମେରା ପଂଜାବ’ ନାମକ ଏକ ପେଜ ପୋଷ୍ଟ କରିଛନ୍ତି । ଯୁବତୀ ଜଣଙ୍କ ସନନ୍ଦା ଶର୍ମାଙ୍କ ଗୀତ ‘ଜାନୀ ତେରା ନା’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଲୋକେ ଏହି ଭିଡିଓକୁ ଖୁବ ପସନ୍ଦ କରିବା ସହିତ ଯୁବତୀଙ୍କ ଟ୍ୟାଲେଣ୍ଟକୁ ଖୁବ ପ୍ରଶଂସା କରିଛନ୍ତି । ଟ୍ରେଡମିଲରେ ପାଦ ରଖିବା ମାତ୍ରେ ଲୋକଙ୍କ ପାଦ ଯେତେବେଳେ ଥରିଥାଏ ଏପରି ସ୍ଥଳେ ଯୁବତୀଙ୍କ ଏହି ଡ୍ୟାନ୍ସକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ସହିତ କେହି କେହି ଯୁବତୀଙ୍କୁ ଜଣେ ଏକ୍ସପର୍ଟ ବୋଲି କହିଛନ୍ତି । କିନ୍ତୁ ଏହାକୁ ସାଧାରଣ ଲୋକେ କରିବା ଘାତକ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More