Only for Entertainment

କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମ ‘ସାହୋ’ର ଅର୍ଥ କହିଲେ ପ୍ରଭାସ, ଆଶ୍ଚର୍ଯ୍ୟ ହୋଇଗଲେ ଅର୍ଚ୍ଚନା ପୂରନ ସିଂ

aajtak
272

ଅପକମିଂ ଫିଲ୍ମ ସାହୋ’ର ମୁଖ୍ୟ ଚରିତ୍ର ଶ୍ରଦ୍ଧା କପୂର ଏବଂ ପ୍ରଭାସ ଫିଲ୍ମର ପ୍ରମୋଶନ ପାଇଁ ଦ କପିଲ ଶର୍ମା ଶୋ’ରେ ପହଂଚିଥିଲେ । ଗତକାଲି ରବବାରକୁ ଏହି ଏପିସୋଡ ସୋନି ଟିଭିରେ ପ୍ରସାରିତ କରାଗଲା । ନିକଟରେ ଆମେ ଆପଣଙ୍କୁ ଏହା ସଂପର୍କିତ ଆଉ ଏକ ଖବର ଦେଇଥିଲୁ, ଯେଉଁଥିରେ ପ୍ରଭାସ ଏବଂ ରବିନା ଟଣ୍ଡନଙ୍କୁ ଟିପି ଟିପି ବରଷା ପାନିରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ନିକଟରେ ଭାଇରାଲ ହେଉଥିବା ଏକ ଖବର ହେଉଛିଯେ ଶୋ’ରେ କପିଲ ପ୍ରଭାସଙ୍କୁ ତାଙ୍କର ଅଗାମୀ ଫିଲ୍ମ ସାହୋ’ର ଅର୍ଥ କ’ଣ ପଚାରିଲେ । ତେବେ ଉତ୍ତରରେ ପ୍ରଭାସ କ’ଣ କହିଲେ ଅରସନ୍ତୁ ଆଲୋଚନା କରିବା ।

 

କପିଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଭାସ କହିଲେ ସଂସ୍କୃତରେ ସାହୋ’ର ଅର୍ଥ ହେଉଛି ‘ଜୟ ହୋ’ । କହିରଖୁଛୁ ପ୍ରଭାସଙ୍କ ଠାରୁ ଏହି ଉତ୍ତର ଶୁଣିବା ପରେ ଅର୍ଚ୍ଚନା ପୂରନ ସିଂ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ଚେହେରାର ଏକ୍ସପ୍ରେସନରୁ ଜଣାପଡ଼ୁଥିଲା ଯେପରି ସେ ମଧ୍ୟ ଏହାର ଉତ୍ତର ଜାଣି ନଥିଲେ । ଶୋ’ରେ କପିଲ କହିଲେଯେ ସେ ତାଙ୍କ ଫିଲ୍ମର ପ୍ରମୋଶନ କରିବା ପାଇଁ ଯାଆନ୍ତି ନାହିଁ, କାରଣ ଏହାର ଆବଶ୍ୟକତା ପଡ଼େ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More