Only for Entertainment

ରିଲିଜ ହେଲା ଦ କପିଲ ଶର୍ମା ଶୋ’ର ପ୍ରମୋ ।ପୁଣିଥରେ ହସିବେ ଦର୍ଶକ ।

India Today
35

କମେଡ଼ି ଶୋ କହିଲେ ସମସ୍ତେ କପିଲ ଶର୍ମା ଶୋ’କୁ ହିଁ ବୁଝନ୍ତି । ଏହା ଏଭଳି ଏକ ଶୋ ଥିଲା ଯାହା ଦର୍ଶକଙ୍କୁ ଖୁବ ହସାଉଥିଲା । କୁହାଯାଏ ହସିବା ସ୍ୱାସ୍ଥ୍ୟ ପକ୍ଷେ ହିତକରକ । ହସିବା ଦ୍ୱାରା ରୋଗୀର ସୁସ୍ଥ ହେବାରେ ଉନ୍ନତି ଆସିଥାଏ । ସେହିଭଳି ଆପଣ ମଧ୍ୟ କହିପାରିବେଯେ କପିଲ ଶର୍ମା ଶୋ ମଧ୍ୟ ଠିକ ସେହିଭଳି ଏକ ଔଷଧ ଥିଲା ଦର୍ଶକଙ୍କ ପାଇଁ । ଅବସାଦରେ ଥିବା ବ୍ୟକ୍ତି ପାଇଁ ଏହା ଥିଲା ରାମବାଣ ସଦୃଶ । କିନ୍ତୁ କିଛି ବାଦବିବାଦ ଯୋଗୁଁ ଏହି ଶୋ’କୁ ବନ୍ଦ କରିଦିଆଗଲା । ପରବର୍ତ୍ତୀ ମୁହୂର୍ତ୍ତରେ ଯଦିଓ ପୁଣିଥରେ ନୂଆ ଅନ୍ଦାଜରେ ଶୋ ଆରମ୍ଭ ହେଲା ତଥାପି କୌଣସି ପରିବର୍ତ୍ତନ ଆସିଲା ନାହିଁ । ଶୋ ଦର୍ଶକଙ୍କ ମନୋରଂଜନ କରିବାରେ ଅସମର୍ଥ ହେଲା ।

 

View this post on Instagram

 

Poore India ko ek saath hasaane aa raha hai #TheKapilSharmaShow! Jald hi sirf Sony par. @kapilsharma

A post shared by Sony Entertainment Television (@sonytvofficial) on


ସବୁଠାରୁ ଖାସ କଥା ହେଉଛି ସୁନିଲ ଗ୍ରୋଭର କପିଲଙ୍କ ଶୋ ଛାଡ଼ି ନିଜର ଅନ୍ୟ ଏକ ଶୋ ଆରମ୍ଭ କଲେ,କିନ୍ତୁ ସେଥିରେ ସେ ସଫଳତା ହାସଲ କରିପାରିଲେ ନାହିଁ । ଅବଶ୍ୟ ଏହି ଘଟଣା ଥରେ ନୁହେଁ ଏହା ପୂର୍ବରୁ ମଧ୍ୟ ହୋଇଛି,କିନ୍ତୁ ସୁନିଲ ଗ୍ରୋଭର ମଧ୍ୟ ସଫଳତା ପାଇପାରି ନାହାଁନ୍ତି । ପରେ ପରେ କପିଲ ଯଦିଓ ପୁଣିଥରେ ଶୋ ଆରମ୍ଭ କଲେ ତାହା ମଧ୍ୟ ହିଟ ହୋଇପାରିଲା ନାହିଁ । ଯଦିଓ ଦର୍ଶକ ଦୁଇ ଜଣଙ୍କୁ ଶୋ’ରେ ଦେଖିବାକୁ ଚାହୁଁଥିଲେ ତାହା ସମ୍ଭବ ହୋଇପାରିଲା ନାହିଁ । ଏହି ମଧ୍ୟରେ କପିଲଙ୍କ ବିବାହ ମଧ୍ୟ ହୋଇଯିବ । ଯାହା ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ । ବିବାହ କପିଲଙ୍କ ଗର୍ଲଫ୍ରେଣ୍ଡ ଗିନିଙ୍କ ହୋମ ଟାଉନ ଜଳନ୍ଧରରେ ହେବ । ତେବେ ଆଜି କପିଲଙ୍କର ନୂଆ ଶୋ’ର ପ୍ରମୋ ରିଲିଜ ହୋଇସାରିଛି । ସେଥିରେ ଯେଉଁଭଳି ଭାବରେ ଭିଡ଼ିଓକୁ ଦର୍ଶାଯାଇଛି ଯେକୌଣସି ବ୍ୟକ୍ତିର ଆଖିରେ ଲୁହ ଆସିଯିବ । ପ୍ରମୋରେ କୁହାଯାଇଛିଯେ ଏହା ଏଭଳି ଏକ ଶୋ ଥିଲା ଯାହା ଦେଶର ପ୍ରତ୍ୟେକଟି ବ୍ୟକ୍ତିଙ୍କୁ ଏକା ସମୟରେ ହସାଉଥିଲା । ତେବେ ପୁଣିଥରେ କପିଲଙ୍କ ଶୋ ଦର୍ଶକଙ୍କ ମନୋରଂଜନ କରିପାରିବ ନା ନାହିଁ ତାହା ଶୋ ଆସିବା ପରେ ଜଣାପଡ଼ିବ ।ଶୋ ୨୩ ଡିସେମ୍ବରରୁ ଅନ ଏୟର ହେବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More