Only for Entertainment

ସ୍ନାନ ସାରିବା ପରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା ।

zeenews
0 277

ଧର୍ମ ଶାସ୍ତ୍ର ମୁତାବକ ଶିବଙ୍କୁ ଜପତର ପିତା ବୋଲି ସମ୍ବୋଧନ କରାଯାଇଥାଏ କାରଣ ଭଗବାନ ଶିବ ସର୍ବବ୍ୟାପୀ ଏବଂ ପୂର୍ଣ୍ଣ ବ୍ରହ୍ମା ଅଟନ୍ତି । ଶିବଙ୍କ ଅର୍ଥ ହେଉଛି କଲ୍ୟାଣକାରୀ । ଲିଙ୍ଗ ଅର୍ଥ ହେଉଛି ସୃଜନ । ଲିଙ୍ଗର ମୂଳରେ ବ୍ରହ୍ମା ବାସ କରନ୍ତି, ମଝିରେ ବିଷ୍ଣୁ ଏବଂ ଉପର ପ୍ରଣବାଖ୍ୟରେ ମହାଦେବ ବାସ କରନ୍ତି । ଶିବ ପୁରାଣରେ ଅନେକ ସାରା ମନ୍ତ୍ର ବର୍ଣ୍ଣନା କରାଯାଇଛି । ମନ୍ତ୍ର କାମନା ପୂରଣ କରିବାର ଶ୍ରେଷ୍ଠ ସାଧନା ଅଟେ । ସ୍ନାନ କରିବା ପରେ ପଶ୍ଚିମ ଦିଗକୁ ମୁହଁ କରି ଗୟା ମନ୍ତ୍ର ଜାପ କରନ୍ତୁ । ଏହାଦ୍ୱାରା ଧନ, ଏଶ୍ୱର୍ଯ୍ୟ ଏବଂ ବୈଭବ ପ୍ର୍ରାପ୍ତ ହୋଇଥାଏ । ରୁଦ୍ରାକ୍ଷ ମାଳା ଧାରଣ କରି ଆପଣଙ୍କ ଇଚ୍ଛା ମୁତାବକ ଶିବଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଫଳରେ ଚିନ୍ତାରୁ ମିଳିଥାଏ ମୁକ୍ତି ।

ମହାମୃତ୍ୟୁଞ୍ଜୟ ମନ୍ତ୍ରଓଁ ତ୍ରୟମ୍ବକମ ୟଜାମହେ, ସୁଗନ୍ଧି ପୁଷ୍ଟି ବର୍ଦ୍ଦନମ,ଉର୍ବାରୁକମ ମିବ ବନ୍ଧନାତ ମୃତ୍ୟୁର୍ମୋକ୍ଷିୟ ମାମୃତାତ୍ ।

ମାଙ୍ଗଳିକ ଦୋଷ, ନାଡି ଦୋଷ, କାଳସର୍ପ ଦୋଷ ଭଳି କୁଣ୍ଡଳି ଦୋଷରୁ ମୁକ୍ତି ମିଳିଥାଏ ।

ଏହି ମନ୍ତ୍ର ଜୀବନ ପ୍ରଦାନ କରିଥାଏ । ଅକାଳ ମୃତ୍ୟୁର ଭୟ ନଥାଏ । ବୟସ ବୃଦ୍ଧି ହୋଇଥାଏ ।

କଠିନ ଏବଂ ଅସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ । ଏହି ମନ୍ତ୍ର ସମସ୍ତ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ତ୍ୱଚାରେ ଚମକ ଆସିଥାଏ ।

ନିସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତ ହୋଇଥାଏ ।

ଧନ ଦୌଲତ ଏବଂ ବୈଭବ ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More