Only for Entertainment

ଏହି ବ୍ୟକ୍ତି ହେଉଛନ୍ତି ରିଅଲ ଲାଇଫ ହଲ୍କ, ପ୍ରତିଦିନ ଖାଆନ୍ତି ୪ କିଲୋ ଚିକେନ ଏବଂ ୩୬ଟି ଅଣ୍ଡା ।

punjab kesari
23

ଆମ ଦେଶରେ ଯଦି ଶକ୍ତିଶାଳୀ ଲୋକଙ୍କ ବିଷୟରେ ଆଲୋଚନା କରାଯାଏ ତେବେ ଦାରା ସିଂ ଏବଂ ଗ୍ରେଟ ଖଲିଙ୍କ ନାମ ଆସେ ।ସେହି ସମୟରେ କଥା ଯଦି ପଡ଼ୋଶୀ ଦେଶ ପାକିସ୍ତାନ କଥା ଆସେ ତେବେ ୨୫ ବର୍ଷର ୪୩୫ କିଲେଶ ଓଜନର ଅରବାବ ଖିଜର ହୟାତ ବା ଖାନ ବାବା କୌଣସି ହଲ୍କଙ୍କ ଠାରୁ କମ ନୁହଁନ୍ତି ।ବାବା ଦୁନିଆର ସବୁଠାରୁ ଶକ୍ତିଶାଳୀ ଲୋକ ହୋଇଥିବାର ଦାବି କରନ୍ତି ଏବଂ ତାଙ୍କ ଉଚ୍ଚତା ୬ ଫୁଟ ୩ ଇଂଚ ।ତାଙ୍କର ସ୍ୱପ୍ନ ଅଛି ଡବ୍ଲ୍ୟୁ ଡବ୍ଲ୍ୟୁରେ ଯିବାକୁ ।

ସବୁଠାରୁ ଖାସ କଥା ହେଉଛିଯେ ଏତେ ଓଜନ ପରେ ମଧ୍ୟ ଅରବାବଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ।ସେ ତାଙ୍କ ଓଜନ ବଢାଇବାର କାରଣ ହେଉଛି ସେ ୱେଟ ଲିଫ୍ଟିଂରେ ଯିବାକୁ ଚାହାଁନ୍ତି ।

ଏବେ ଅରବାବଙ୍କର କେତେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଯେଉଁଥିରେ ସେ ଗାଡ଼ି ଏବଂ ଟ୍ରାକ୍ଟର ଟାଣୁଥିବାର ନଜର ଆସିଛନ୍ତି । ସେ ପ୍ରତିଦିନ ଖାଦ୍ୟ ଜରିଆରେ ୧୦ ହଜାର କ୍ୟାଲୋରୀ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More