Only for Entertainment

ସାମ୍ନାକୁ ଆସିଲା ଦୀପବୀର ବିବାହ ଫଟୋ ଶେୟାର କରିନଥିବା କାରଣ ।

youtube
19

ଦୀପିକା ଏବଂ ରଣବୀରଙ୍କ ବିବାହକୁ କଡ଼ା ସିକ୍ୟୁରିଟି ଭିତରେ କରାଯାଇଥିଲା । ସାରା ଦେଶରେ ଏବଂ ଦେଶ ବାହାରର ଲୋକ ଅପେକ୍ଷା କରିଥିଲେ ଦୁଇଜଣଙ୍କ ବିବାହ ସମୟର ଫଟୋ ଦେଖିବା ପାଇଁ ।

ସଂପର୍କୀୟ ଏବଂ ବନ୍ଧୁମାନଙ୍କୁ ଫଟୋ ଉଠାଇବା ପାଇଁ ବାରଣ କରାଯାଇଥିଲେ ମଧ୍ୟ ବିବାହ ସମୟରେ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କିନ୍ତୁ ସେଥିରେ ଦୀପ୍‌-ବୀର ଛତା ସାହାଯ୍ୟରେ ନିଜ ମୁହଁ ଲୁଚାଇ ଯାଉଥିବାର ଦେଖାଯାଇଥିଲା । ଏତେ ବ୍ୟକ୍ତିଗତ ଭାବରେ ବିବାହ କରିବାର କାରଣ ସେମାନଙ୍କ ପ୍ରଶଂସକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଏବେ ତାହାର କାରଣ ସାମ୍ନାକୁ ଆସିଛି ।

ଖବର ଅନୁସାରେ ନିଜ ବିବାହର ଫଟୋ ବିବାହର ନିମନ୍ତ୍ରଣ ପତ୍ର ଭଳି ପ୍ରଥମେ ନିଜେ ସେୟାର କରିବା ପାଇଁ ଚାହୁଁଥିବାରୁ ଏଭଳି ନିୟମ କରିଥିବା ଜଣାପଡ଼ିଛି । ପ୍ରଫେସନାଲ ଫଟୋଗ୍ରାଫରଙ୍କ କ୍ୟାମେରାରୁ ଉଠାଯାଇଥିବା ଫଟୋକୁ ଦୁହେଁ ପ୍ରଥମେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କ ସହ ସେୟାର କରିବାକୁ ଇଚ୍ଛା ରଖିଥିବାରୁ ବିବାହ ପୂର୍ବରୁ ଏଭଳି ନିଷ୍ପତ୍ତିି ନେଇଥିଲେ । ଏଥି ପାଇଁ ଦୁହିଁଙ୍କ ବିବାହ କଡ଼ା ସୁରକ୍ଷା ଭିତରେ ଅନୁଷ୍ଠିତ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More