ରାଜ୍ମା-ଚାୱଲ ଅନେକ ଲୋକଙ୍କର ପସନ୍ଦର ଖାଦ୍ୟ । କିଡ୍ନୀ ଆକୃତିର ଏହି ବିନ୍ସରେ ଆଇରନ୍, ଫାଇବର, କାର୍ବୋହାଇଡ୍ରେଟ୍ ଓ ଭିଟାମିନ୍ସ ଭରପୂର ମାତ୍ରାରେ ରହିଛି। ଏଥିରେ କାର୍ବୋହାଇଡ୍ରେଟ୍କୁ ବାନ୍ଧି ରଖିବା ଲାଗି ଲେକ୍ଟିନ୍ ନାମକ ପ୍ରୋଟିନ୍ ରହିଛି, ଯାହା ସ୍ବାସ୍ଥ୍ୟ ପ୍ରତି ଖରାପ ମଧ୍ୟ ହୋଇପାରେ। କେତେକ ଗବେଷଣା ଅନୁସାରେ ରାଜ୍ମା ରାନ୍ଧିବାବେଳେ ଏହି କ୍ଷତିକାରକ ଲେକ୍ଟିନ୍ ପ୍ରୋଟିନ୍କୁ ନଷ୍ଟ କରାଯାଇପାରିବ।
ରାଜ୍ମାରେ ହୋଇଥାଏ ଗ୍ୟାସ୍?
ଯେତେବେଳେ ଆମେ ରାଜ୍ମା ଖାଇଥାଉ, ଏଥିରେ ଥିବା ଷ୍ଟାକିଓଜ୍ ଓ ରାଫିନୋଜ୍ ନାମକ ଦୁଇଟି ଅଲଗା ପ୍ରକାରର ଷ୍ଟାର୍ଚ ଗ୍ୟାସ୍ ସୃଷ୍ଟି କରିଥାଏ। ଆମ ଅନ୍ତନଳୀରେ ଏହାକୁ ବ୍ରେକ୍ କରିବାର କ୍ଷମତା ନ ଥାଏ। ତେଣୁ ଏପରି ହୋଇଥାଏ। ପେଟର ଲାଇନିଂରେ ଥିବା ବ୍ୟାକ୍ଟେରିଆ ଏହି ଷ୍ଟାର୍ଚକୁ ହାଇଡ୍ରୋଜନ୍ ଓ କାର୍ବୋନ୍ ଡାଇଅକ୍ସାଇଡ୍ରେ ପରିବର୍ତ୍ତନ କରିଦିଏ। ଯାହାଫଳରେ ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ।

ରାଜ୍ମା ରାନ୍ଧିବାର ଉପଯୁକ୍ତ ପଦ୍ଧତି ହେଉଛି ପ୍ରଥମେ ରାଜ୍ମାକୁ ଭଲ ଭାବେ ଭିଜାଇ ଏହାକୁ ସିଝାନ୍ତୁ । ପରେ ଏହାକୁ ଅଳ୍ପ ମନ୍ଥି ରାନ୍ଧନ୍ତୁ। ଏଭଳି ଭାବେ ରାଜ୍ମା ରାନ୍ଧିଲେ ଗ୍ୟାସ୍ ହୋଇ ପେଟ ଫୁଲିବ ନାହିଁ। ରାଜ୍ମାକୁ ଅତି କମ୍ରେ ୮ ଘଣ୍ଟା ଭିଜାନ୍ତୁ। ବିଶେଷଜ୍ଞଙ୍କ କହିବାନୁସାରେ ରାଜ୍ମା ଖାଇବା ପରେ ପେଟରେ ଗ୍ୟାସ୍ ହେଉଥିଲେ ଏହାକୁ ରାନ୍ଧିବା ପୂର୍ବରୁ କେତେକ ପଦ୍ଧତି ଅବଲମ୍ବନ କରିପାରିବେ। ଏହି ପଦ୍ଧତି ଅନୁସାରେ ରାଜ୍ମାକୁ ସବୁବେଳେ ଭଲ ଭାବେ ସିଝାଇବା ଦରକାର। ଅଧ ସିଝା ରାଜ୍ମା ଗ୍ୟାସ୍ ସୃଷ୍ଟି କରିବା ସହିତ ପେଟ ଫୁଲିପାରେ। ରାଜ୍ମା ରାନ୍ଧିବାବେଳେ ହେଙ୍ଗୁ ଓ ଜୁଆଣି ଭଳି ମସଲା ବ୍ୟବହାର କରିବା ଦରକାର। ଯାହାଫଳରେ ଏହାକୁ ଖାଇବା ଫଳରେ ପେଟରେ ଗ୍ୟାସ୍ ସୃଷ୍ଟି ହୋଇ ନ ଥାଏ। ରାଜ୍ମାରେ କେବେ ବି ଫୁଲକୋବି ମିଶାଇ ରାନ୍ଧନ୍ତୁ ନାହିଁ। ଏପରି କରିବା ଦ୍ବାରା ଶୀଘ୍ର ଗ୍ୟାସ୍ ହୋଇଥାଏ।