Only for Entertainment

ଏଭଳି ଏକ ବିଚ୍ , ଯେଉଁଠି ରାତିରେ ଭୂତଙ୍କର ଚାଲେ ଉତ୍ସବ !

51

ଭୂତପ୍ରେତ ସତରେ ଅଛନ୍ତି କି ଏହା ମନୁଷ୍ୟ ମସ୍ତିଷ୍କର ଭ୍ରମ ? ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିଲା ନାହିଁ । ସେ ଯାହା ହେଉ ନା କାହିଁକି ଭୂତପ୍ରେତଙ୍କ କଥା ଶୁଣିଲେ ଲୋମ ଟାଙ୍କୁରି ଉଠେ, ଦେହରେ ଖେଳି ଯାଏ ସିହରଣ । ଫିଲ୍ମରୁ ହେଉ କିମ୍ବା ବହି ପଢ଼ି ଭୂତପ୍ରେତଙ୍କ ସମ୍ପର୍କରେ ଅନେକ କଥା ଜାଣିଥିବେ ନିଶ୍ଚୟ । ଆମେ ମଧ୍ୟ ଏଠାରେ ବିଭିନ୍ନ ହଣ୍ଟେଡ ପ୍ଲେସ୍ ସମ୍ପର୍କରେ ଆଗରୁ କହିଛୁ। ହେଲେ ଆଜି ଆମେ ଯେଉଁ କଥା କହିବାକୁ ଯାଉଛି ତାହା ଭାରତର ଏକ ପ୍ରସିଦ୍ଧ ପର୍ୟ୍ୟଟନ୍ ସ୍ଥଳୀ। ଏହା ଦେଖିବାକୁ ଯେତେ ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ରାତି ହେଲେ ଏହି ସ୍ଥାନ ହୋଇଯାଏ ଜନଶୂନ୍ୟ।

ଅନ୍ଧାର ବଢିବା ମାତ୍ରେ ଶୁଣିବାକୁ ମିଳେ ଅଜବ ଗଜବ ଶବ୍ଦ। ଯାହା କାନରେ ପଡିଲେ ଛାତି ଫାଟିଯିବା ପରି ଲାଗିବ। ଆଜ୍ଞା ହଁ ଆମେ କହୁଛୁ ଗୁଜରାଟର ‘ଡୁମସା ବିଚ୍’ ସମ୍ପର୍କରେ। ଡୁମସା ବିଚ୍ ଯାହାକୁ ଦମସା ବିଚ୍ ବୋଲି ମଧ୍ୟ କିଛି ଲୋକ କହିଥାନ୍ତି । ପ୍ରେମୀ ଯୁଗଳଙ୍କ ପାଇଁ ଏହି ବିଚ୍ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି। ପୂରାଦିନ ବିଚରେ ରହିଥାଏ କୋଳାହଳ। ହେଲେ ସୂର୍ୟ୍ୟଅସ୍ତ ହେବାକୁ ବସିଲେ ପର୍ୟ୍ୟଟକ ଓ ପ୍ରେମୀ ଯୁଗଳ ଫେରି ଆସିଥାନ୍ତି। କାରଣ ଅନ୍ଧାର ବଢ଼ିବା ସହ ବିଚରେ ଆରମ୍ଭ ହୋଇଥାଏ ଅଦୃଶ୍ୟ ଶକ୍ତିଙ୍କ ରାଜ।

ରାତି ବଢ଼ିବା ସହ ବିଚରେ ଶୁଣିବାକୁ ମିଳିଥାଏ ବିଭିନ୍ନ ପ୍ରକାର ଚିତ୍କାର। ଅନ୍ଧାରରେ କିଏ ସାହାଯ୍ୟ ପାଇଁ ଡାକ ପକାଉଥାଏ ତ ଆଉ କିଏ ଜୋରେ ଜୋରେ କନ୍ଧୁଥାଏ । କେଉଁଠି ଚୂଡି ତ ଆଉ କେଉଁଠି ଘୁଙ୍ଗୁରର ଶବ୍ଦ। ହେଲେ କେଉଁଠି ବି କାହାକୁ ଦେଖିବାକୁ ମିଳି ନଥାଏ। ଯଦି ଭୂଲରେ ରାତିରେ ରହିଯିବେ ତେବେ ଲାଗିବ ଯେମିତି ଅନ୍ୟ ଦୁନିଆକୁ ଚାଲି ଆସିଛନ୍ତି। ହେଲେ ସେଠାରୁ ଜୀବିତ ଫେରିବାର ଆଶା କମ।

ଲୋକେ କୁହନ୍ତି ଏହି ବିଚରେ ଅଦୃଶ୍ୟ ଶକ୍ତିମାନେ ଉତ୍ସବ ମନାଇଥାନ୍ତି। ନିଜ ନିଜର ଜୀବନ ଓ ମୃତ୍ୟୁକୁ ନେଇ କରିଥାନ୍ତି ଉତ୍ସବ। ଚନ୍ଦ୍ର ଆଲୋକରେ ଦେଖିବାକୁ ମିଳେ ଏହି ଅଦୃଶ୍ୟ ଶକ୍ତିଙ୍କ ଛବି। ଏହାସହ ବସନ୍ତ ରାତିରେ ସମୁଦ୍ରର ଲୁଣା ପାଣିରୁ ବାହାରି ବିଚ୍କୁ ଚାଲି ଆସନ୍ତି ଅଦୃଶ୍ୟ ଶକ୍ତି।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ରହିଥିବା ବିଶ୍ୱାସ ଓ ରାତିରେ ବିଚ୍ରୁ ଫେରି ନ ପାରି ରହି ଯାଇଥିବା ପର୍ୟ୍ୟଟକଙ୍କ ଅଙ୍ଗେ ଲିଭା କଥା ଏହାକୁ ଆହୁରି ଭୟଙ୍କର କରିଛି। ଦିନରେ ବିଚ୍ର ସୌନ୍ଦର୍ୟ୍ୟ ପର୍ୟ୍ୟଟକଙ୍କୁ ଏଠାକୁ ଟାଣି ଆଣୁଥିବା ବେଳେ ସୂର୍ୟ୍ୟଅସ୍ତ ହେବା ଆଗରୁ ସୂର୍ୟ୍ୟଦେବ ଦେଇଥାନ୍ତି ଜାଗା ଛାଡି ଚାଲିଯିବାକୁ ଇସାରା।

ବିଶ୍ୱାସ ହେଉ କି ଅନ୍ଧବିଶ୍ୱାସ ଏହି ବିଚ୍କୁ ନେଇ ବହୁତ କଥା ଶିଣିବାକୁ ମିଳିଥାଏ। ତେଣୁ ସ୍ଥାନୀୟ ପ୍ରଶାସନ ରାତିରେ ବିଚ୍କୁ ଯିବା ଉପରେ ରୋକ୍ ଲଗାଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More