Only for Entertainment

‘ଏକ ଥା ଟାଇଗର’ ଫ୍ରାଞ୍ଚାଇଜର ନୂଆ ଫିଲ୍ମ ନେଇ ଆସୁଛନ୍ତି ସଲମାନ ଖାନ !

zeenews
39

ଆଉ ମାତ୍ର ଗୋଟିଏ ମାସ ପରେ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ପରଦାକୁ ଆସିବ । ଏହି ଫିଲ୍ମର ନିର୍ଦ୍ଦେଶନା ଅଲ୍ଲୀ ଅବାସ ଜଫର ଦେଇଛନ୍ତି । ଫିଲ୍ମର ଟ୍ରେଲର ଏବଂ ଏହାର ଗୀତ ସ୍ଲୋ ମୋଶନ ରିଲିଜ ହୋଇସାରିଥିବା ବେଳେ ଏହାକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ତେବେ ଏହି ଫିଲ୍ମର ରିଲିଜ ପୂର୍ବରୁ ଅଲ୍ଲୀ ଅବାସ ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ପରେ ଏହି ଫ୍ରଞ୍ଚାଇଜର ତୃତୀୟ ପାର୍ଟକୁ ନେଇ ବଡ ଖୁଲାସା କରିଛନ୍ତି ।

ନିକଟରେ ପିଙ୍କ ଭିଲ୍ଲାକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଅଲ୍ଲୀ କହିଥିଲେ ସେ ସଲମାନଙ୍କ ସହିତ ଏକ ଥା ଟାଇଗରର ନୂଆ ପାର୍ଟ ନେଇ ଆସୁଛନ୍ତି । ସାମ୍ନାକୁ ଆସିଥିବା ଖବର ଅନୁସାରେ ଅଲ୍ଲୀ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରିଦେଇଛନ୍ତି । ଏହା ସହିତ ପିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭେ ହେବ ବୋଲି ଶୁଣାଯାଉଛି । ଅଲ୍ଲୀ ଏହା ମଧ୍ୟ କହିଛନ୍ତି ଯେ, ଆମେ ଫିଲ୍ମର ଆଇଡିଆକୁ ଲକ କରି ସାରିଛୁ । ଏହା ସହିତ ସଲମାନଙ୍କ ସହିତ ମୁଁ ଭଲ ବଣ୍ଡିଂ ସେୟାର କରେ । ମୋତେ ଲାଗୁଛି ସେ ଏହି ଫିଲ୍ମକୁ ଭଲ ଭାବେ ବୁଝି ପାରିବେ ।

salman-khan.png

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସଲମାନଙ୍କ ଫିଲ୍ମ ଭାରତ ଏବେ ରିଲିଜ ଅପେକ୍ଷାରେ । ଏହି ଫିଲ୍ମ ବ୍ୟତିତ ସେ ଏବେ ଦବଙ୍ଗ-୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ । ଏହି ଦୁଇଟି ଫିଲ୍ମ ବ୍ୟତିତ ସେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଅଲ୍ଲାହ’ରେ ମଦ୍ୟ ନଜର ଆସିବେ । ଏହି ଫିଲ୍ମରେ ସେ ପ୍ରଥମଥର ପାଇଁ ଆଲିଆ ଭଟ୍ଟଙ୍କ ସହିତ ସ୍କ୍ରିନ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More