Only for Entertainment

ନୂଆ ଗୀତ ‘ନା ଗୋରୀଏ’ରେ ଦେଖିବାକୁ ମିଳିଲା ବାଲାର ସେକ୍ସି ସାଇଡ, ଦେଖନ୍ତୁ ଭିଡିଓ

koimoi
311

ବଲିଉଡରେ ଏବେ ପୁରୁଣା ଗୀତକୁ ରିକ୍ରିଏଟ କରିବାର ଟ୍ରେଣ୍ଡ ଚାଲିଛି । ପ୍ରତ୍ୟେକ ଫିଲ୍ମରେ କିଛି ନା କିଛି ପୁରୁଣା ଗୀତର ରିକ୍ରିଏଟ ଭର୍ସନ ଦେଖିବାକୁ ମିଳିଛି । ଏହି ଧାରାରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ରେ ମଧ୍ୟ ପୁରୁଣା ଗୀତର ରିକ୍ରିଏଟ ଭର୍ସନ ସ୍ଥାନ ପାଇଛି ।

ହାର୍ଡି ସାନ୍ଧୁଙ୍କ ସୁପରହିଟ ଟ୍ରାକ ‘ନା ଗୋରୀଏ’କୁ ‘ବାଲା’ର ନୂଆ ଗୀତରେ ରିକ୍ରିଏଟ କରାଯାଇଛି । ଗୀତରେ ଆୟୁଷ୍ମାନ ଖୁରାନାଙ୍କ ସହିତ ହାର୍ଡି ସାନ୍ଧୁ ଏବଂ ସୋନମ ବାୱା ମଧ୍ୟ ନଜର ଆସିଛନ୍ତି । ୩ ଘଣ୍ଟା ପୂବେ ର୍ ରିଲିଜ ହୋଇଥିବା ଏହି ଗୀତକୁ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି ।

ଗୀତରେ ବି ପ୍ରାକ ମ୍ୟୁଜିକ ଦେଇଥିବେ ବେଳେ ଗୀତରେ ହାର୍ଡି ସାନ୍ଧୁଙ୍କ ସହିତ ସ୍ୱାତୀ ମେହୁଲଙ୍କ ଭଏସ ଗୀତକୁ ଆହୁରି ଆକର୍ଷଣୀୟ କରିଛି । ଏହାର ଲିରିକ୍ସ ଲେଖିଛନ୍ତି ଜାନି । କହିରଖୁଛୁ ଯେ, ଫିଲ୍ମ ବାଲାରେ ଆୟୁଷ୍ମାନ ଜଣେ ଚନ୍ଦା ବ୍ୟକ୍ତି ଭୂମିକାରେ ନଜର ଆସିବେ । ଫିଲ୍ମ ୭ ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More