Only for Entertainment

‘ଦ ସ୍କାଏ ଇଜ ପିଙ୍କ’ର ଟ୍ରେଲର ଦେଖିବା ପରେ ମହାରାଷ୍ଟ୍ର ପୋଲିସର ଉପଦେଶ, ଟ୍ୱିଟ କରି ପ୍ରିୟଙ୍କା କହିଲେ…

google
38

ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା ଏବଂ ଅଭିନେତା ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମ ଜରିଆରେ ପ୍ରିୟଙ୍କା ଲମ୍ବା ବ୍ୟବଧାନ ପରେ ବଲିଉଡକୁ କମ ବ୍ୟାକ କରୁଛନ୍ତି । ଫିଲ୍ମର ଟ୍ରେଲରକୁ ଲୋକେ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ଏହି ଟ୍ରେଲରକୁ ଦେଖିବା ପରେ ମହାରାଷ୍ଟ୍ର ପୋଲିସ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ ଅଖତରଙ୍କୁ ଉପଦେଶ ଦେଇ ଆଇପିସି ଧାରା ୩୯୩ ବିଷୟରେ ମନେ ପକାଇ ଦେଇଛନ୍ତି । ଏହା ପରେ ପ୍ରିୟଙ୍କା ମଧ୍ୟ ଏହାର ଜବାବ ଦେଇଛନ୍ତି ।

ଅସଲରେ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ର ଟ୍ରେଲରରେ ପ୍ରିୟଙ୍କା ଫରହାନଙ୍କୁ କହୁଛନ୍ତି, ‘ଆୟେଶା ଠିକ ହେବା ପରେ ମିଶିକି ବ୍ୟାଙ୍କ ଲୁଟିବା ।’ ପ୍ରିୟଙ୍କାଙ୍କ ଏହି ଡାଇଲଗକୁ ନେଇ ମହାରାଷ୍ଟ୍ର ପୋଲିସ ଥଟ୍ଟାରେ ଥଟ୍ଟାରେ କାନୁନ କଥା ମନେ ପକାଇ ଦେଇଛନ୍ତି । ମହାରାଷ୍ଟ୍ର ପୋଲିସ ଟ୍ୱିଟ କରି କହିଛନ୍ତି, ‘ଆଇପିସି ଧାରା ୩୯୩ ଅନୁସାରେ ଏଥିପାଇଁ ୭ ବର୍ଷ ଦଣ୍ଡ ରହିଛି ତା ସହିତ ଜୋରିମାନ ।’

ମହାରାଷ୍ଟ୍ର ପୋଲିସର ଏହି ମଜାକିଆ ଟ୍ୱିଟ ପରେ ପ୍ରିୟଙ୍କା ରି-ଟ୍ୱିଟ କରି ଲେଖିଛନ୍ତି, ‘ଓପସ୍… ମୁଁ ଧରା ପଡିଗଲି । ଏବେ ପ୍ଲାନ ବି କୁ ଆକ୍ଟିଭ କରିବାର ଟାଇମ ଆସିଗଲା ।’

କହିରଖୁଛୁ ଯେ, ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ ଅଖତରଙ୍କ ବ୍ୟତିତ ଜାୟରା ୱସୀମ ମଧ୍ୟ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲୀ ବୋସ । ଏହି ଫିଲ୍ମକୁ ନିକଟରେ ୪୪ ତମ ଟୋରେଣ୍ଟୋ ଫିଲ୍ମ ଫେଷ୍ଟିଭାଲ ପାଇଁ ଚୟନ କରାଯାଇଛି । ଫିଲ୍ମ ୧୧ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More