Only for Entertainment

ଭାମ୍ପାୟର ଡାଏରିଜ’ର ଅଭିନେତ୍ରୀଙ୍କୁ ସଫାରୀ ଯାତ୍ରା ପଡିଲା ମହଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ !

35

ୱେବସିରିଜ ଭାମ୍ପାୟର ଡାଏରୀଜ’ରେ ଅଲେନା ଗିଲବର୍ଟଙ୍କ ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ନୀନା ଦୋବ୍ରେବ ସଫାରୀରେ ଯାତ୍ରା କରୁଥିବା ବେଳେ ସିଂହ ଆକ୍ରମଣ କରିଛି , ଯାହା ତାଙ୍କ ଜୀବନ ମରଣ ସହ ସମାନ । ଅସଲରେ ନୀନା ନିଜ ବନ୍ଧୁଙ୍କ ସହ ୱାଇଲ୍ଡ ସଫାରୀରେ ଯାଇଥିଲେ କିନ୍ତୁ ସେଠାରେ ଉପସ୍ଥିତ ଏକ ସିଂହ ତାଙ୍କ ପାଖକୁ ଆସିଯାଇଥିଲା । କିଛି ସମୟ ମଧ୍ୟରେ ନୀନା ସିଂହର ଖାଦ୍ୟ ହେବାକୁ ଯାଉଥିବା ବେଳେ ତାଙ୍କୁ ଗାଇଡ ବଂଚାଇ ଦେଇଥିଲା ।

ଏହିଘଟଣା ବିଷୟରେ ନୀନା କହିଛନ୍ତି ଯେ ସେ ସବୁବେଳେ ଦକ୍ଷିଣ ଆଫ୍ରିକା ଯିବା ପାଇଁ ଚାହୁଥିଲେ । ଏହି ଯାତ୍ରା ମଜାଦାର ଥିଲା । ସେ ପୁଲ ବାହାରେ ହାତୀଙ୍କୁ ପାଣି ପିଇବାର ଦେଖିଥିଲେ, ଚିତାକୁ ଦେଖିଲେ , ମାତ୍ର ସେହି ସମୟରେ ଏକ ସିଂହ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଯାହା ଦେଖି ସେ ଖୁବ ଡରି ଯାଇଥିଲେ । ଗାଇଡ ତାଙ୍କୁ ବଂଚାଇ ଦେଇଥିଲା ।

ଏହାପରେ କହିଛନ୍ତି ସିଂହ ଖାଇବା ପାଇଁ ମୁହଁ ଖୋଲିବା ସମୟରେ ହିଁ ଗାଇଡ ଆସି ତାଙ୍କ ଜୀବନ ବଂଚାଇ ଦେଇଥିଲେ । ମୃତ୍ୟୁକୁ ଖୁବ ପାଖରୁ ଦେଖିଥିବା କହିଛନ୍ତି ନୀନା । ଏଠାରେ ଆମେ କହି ରଖୁଛୁ ଯେ ନୀନା ନିଜ ଜନ୍ମଦିନ ମନେଇବା ପାଇଁ ସାଉଥ ଆଫ୍ରିକା ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More