Only for Entertainment

The Verdict-State Vs Nanavati: ର ଦ୍ୱିତୀୟ ଟ୍ରେଲର ରିଲିଜ, ଏହି ଦିନ ଆରମ୍ଭ ହେବ ଅନଲାଇନ ଷ୍ଟ୍ରିମିଙ୍ଗ

hindirush
42

୧୯୫୯ ମସିହାର କେ.ଏମ ନାନାବଟି ମାମଲା ଦେଶର ସବୁଠାରୁ ବିବାଦୀୟ ମାମଲା ମଧ୍ୟରେ ଜଣାଶୁଣା । ଏହି ମାମଲାକୁ କେତେକ ଥର ପରଦାରେ ଦେଖା ସରିଛି । ଓଟିଟି ପ୍ଲାଟଫର୍ମ ଅଲ୍ଟ ବାଲାଜୀ ଏବଂ ଜି୫ ଏହି କେସକୁ ପ୍ରସିଦ୍ଧ ଦିବଙ୍ଗତ ଓକିଲ ରାମ ଜେଠମଲାନିଙ୍କ କଥାକୁ ଦେଖାଇବା ପାଇଁ ହାତ ମିଳାଇଛି । ୱେବସିରିଜର ନାମ ରହିଛି ଦ ଭର୍ଡିକ୍ଟ-ଷ୍ଟେଟ ଭର୍ସେସ ନାନାବଟି । ଗୁରୁବାରକୁ ସିରିଜର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି ।

ଏଥିରେ ନେଭି ଅଫିସର କେ.ଏମ ନାନାବଟିଙ୍କ ଚରିତ୍ରରେ ନଜର ଆସିବେ ମାନବ କୌଲ । ତାଙ୍କ ପତ୍ନୀ ଚରିତ୍ରରେ ଏଲି ଅବରାମ ନଜର ଆସିବେ । ସିରିଜର ଏହି ଦ୍ୱିତୀୟ ଟ୍ରେଲରରେ ଓକିଲ ରାମ ଜେଠମଲାନୀଙ୍କ ଚରିତ୍ରକୁ ମଧ୍ୟ ପ୍ରଦର୍ଶନ କରାଯାଇଛି । ଏହି ଫିଲ୍ମ ୩୦ ସେପ୍ଟେମ୍ବରକୁ ଅନଲାଇନରେ ଦେଖାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More