Only for Entertainment

ଦୁନିଆର ସବୁଠାରୁ ଉଚ୍ଚ ଶିବଲିଙ୍ଗ, ୫୧ଲକ୍ଷ ରୁଦ୍ରାକ୍ଷ, ୫୧ଫିଟ ଉଚ୍ଚତା !

64

ଆସନ୍ତା କାଲି ସାରା ଦେଶରେ ଧୂମଧାମରେ ପାଳନ କରାଯିବ ମହାଶିବରାତ୍ରୀ । ଏଥିପାଇଁ ଏବେଠାରୁ ବିଭିନ୍ନ ଶିବ ମନ୍ଦିରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆଉ ଏସବୁ ଭିତରେ ଗୁଜୁରାଟର ଜୁନାଗଡରେ ରୁଦ୍ରାକ୍ଷରେ ବିଶ୍ୱର ସବୁଠୁ ଉଚ୍ଚତମ ଶିବଲିଙ୍ଗ ନିର୍ମାଣ କରାଯାଇଛି । ଏହାପୂର୍ବରୁ ରୁଦ୍ରାକ୍ଷରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚତମ ଶିବ ଲିଙ୍ଗ ରାଜସ୍ଥାନର ଯୋଧପୁରରେ ଥିଲା ଯାହାର ଉଚ୍ଚତା ୩୩ ଫୁଟ ରହିଥିଲା ।

ତେବେ ଜୁନାଗଡରେ ମହାଶିବରାତ୍ରୀ ପୂର୍ବରୁ ରୁଦ୍ରାକ୍ଷରେ ପ୍ରାୟ ୫୧ ଫୁଟର ଶିବ ଲିଙ୍ଗ ନିର୍ମିତ କରାଯାଇଛି । ଯାହା ଭକ୍ତ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଉ ଏହାସହ ପୁଣି ଏକ ବିଶ୍ୱରେକର୍ଡ ତାଲିକାରେ ଗୁଜରାଟର ନାଁ ଯୋଡି ହୋଇଯାଇଛି । ସବୁଠୁ ବଡ କଥା ହେଉଛି ୫୧ ଲକ୍ଷ ରୁଦ୍ରାକ୍ଷରେ ଏହି ୫୧ ଫୁଟର ଉଚ୍ଚତମ ଶିବ ଲିଙ୍ଗ ନିର୍ମିତ ହୋଇଛି । ଦୂରରୁ ଏହା ରୁଦ୍ରାକ୍ଷରେ ନିର୍ମିତ ହୋଇଥିବା ଜଣାପଡୁନଥିଲେ ମଧ୍ୟ ପାଖରୁ ଏହି ରୁଦ୍ରାକ୍ଷ ଶିବଲିଙ୍ଗର ଭବ୍ୟତାକୁ ବେଶ ଉପଭୋଗ କରୁଛନ୍ତି ଭକ୍ତ । ଏହି ଶିବ ଲିଙ୍ଗର ଚତୁଃପାଶ୍ୱର୍ରେ ଏକ ବଡ ମାଳ ପିନ୍ଧାଯାଇଛି । ଯାହା ଶିବ ଲିଙ୍ଗକୁ ଆହୁରି ଆକର୍ଷଣୀୟ କରିଛି ।

ଏହି ଶିବ ଲିଙ୍ଗକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କର ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଶିବଲିଙ୍ଗକୁ ଦେଖି ଭାବରେ ବିଭୋର ହୋଇ ଯାଉଛନ୍ତି ଭକ୍ତ । ଗୁଜରାଟର ରାଜ୍ୟପାଳ ଓପି କୋହଲି ଭବନାଥ ମନ୍ଦିରରେ ଧ୍ୱଜାରୋହଣ କରିବା ପରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ଏହି ଶିବଲିଙ୍ଗ ଖୋଲି ଦିଆଯାଇଥିଲା । ଏହାପୂର୍ବରୁ ଯୋଧପୁରର ସଚିଚାୟ ମାତାଙ୍କ ମନ୍ଦିରରେ ୨୫ ଲକ୍ଷ ରୁଦ୍ରାକ୍ଷରେ ୩୩ ଫୁଟ ଉଚ୍ଚର ଶିବ ଲିଙ୍ଗ ନିର୍ମାଣ କରାଯାଇଥିଲା । ଯାହା ରୁଦ୍ରାକ୍ଷରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚତମ ଶିବଲିଙ୍ଗ ଭାବେ ମାନ୍ୟତା ପାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More