Only for Entertainment

ଭାରତରେ ରହିଛି ଏପରି ଏକ ସ୍ଥାନ ଯେଉଁଠି ଆଜି ମଧ୍ୟ ରହିଛି ଗୀତ ଗାଇ ସକାଳୁ ଉଠାଇବାର ପରମ୍ପରା ।

YouTube
0 37

ଭାରତ ନିଜର ପରମ୍ପରା ପାଇଁ ବିଶ୍ୱରେ ବେଶ ପରିଚିତ । ଭାରତୀୟ ପରମ୍ପରା ବିଦେଶୀମାନଙ୍କୁ ମଧ୍ୟ ଆକୃଷ୍ଠ କରିପାରିଛି । ଆମ ଦେଶର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ବିଶ୍ୱରେ ମିଥିଳା ଏପରି ଏକ ଅଞ୍ଚଳ ଯେଉଁଠାରେ ଜଣେ ଅନ୍ୟ ଜଣଙ୍କୁ ଗୀତ ଗାଇ ସକାଳୁ ଉଠାଇଥାଏ । ଏହା ଏଠାକାର ଏକ ପରମ୍ପରା ଅଟେ । ଏହି ପରମ୍ପରାକୁ ପରାତି କୁହାଯାଏ । ପରମ୍ପରାକୁ ବଞ୍ଚାଇ ରଖିବା ଦିଗରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଯୋଗଦାନ ଅଧିକ ରହିଛି ।

ପରାତିର ଅର୍ଥ ହେଉଛି ପ୍ରାତଃ ସମୟକୁ ସଂଗୀତ ମାଧ୍ୟମରେ ସ୍ୱାଗତ କରିବା । ଏଠାକାର ଲୋକେ ସୂର୍ଯ୍ୟୋଦୟ ପୂର୍ବରୁ ନିଜ ଶେଯ ତ୍ୟାଗକରି ଗୀତ ଓ ସଂଗୀତରୁ ଦିନର ଶୁଭାରମ୍ଭ କରିଥାନ୍ତି । ଏହା ମାଧ୍ୟମରେ ସେମାନେ ଅନ୍ୟ ଲୋକଙ୍କୁ ମଧ୍ୟ ଉଠାଇଥାନ୍ତି ।

ଏଠାକାର ଅଞ୍ଚଳରେ ଲୋକଙ୍କର କଳା ଏବଂ ସଂଗୀତ ପ୍ରତି ରୁଚି ଅଧିକ ରହିଛି । ପିଢୀ ପରେ ପିଢୀ ଏହି ପରମ୍ପରା ସେଠାରେ ଚାଲୁରହିଛି । ଜୀବନର ପ୍ରତିଟି କ୍ଷଣକୁ ଉତ୍ସବ ଭାବେ ପାଳନ କରିବା ଏବଂ ସବୁ ସମୟରେ ହସଖୁସିରେ କିପରି ଜୀବନ ଜୀଇଁହେବ ସେହି କଳା ମଧ୍ୟ ଏହି ଅଞ୍ଚଳର ଲୋକମାନଙ୍କୁ ବେଶ ଜଣା । ଦୈନିକ ସମାନ ଗୀତକୁ ଏଠାକାର ଲୋକେ ଗାଇନଥାନ୍ତି । ଋତୁ ହିସାବରେ ମଧ୍ୟ ଗୀତର ସ୍ୱର ଏବଂ ଲୟ ମଧ୍ୟ ବଦଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More