Only for Entertainment

ଏହି ୫ଟି ଖାଦ୍ୟ ଖାଇବା ଯୋଗୁଁ ଛୋଟପିଲା ମାନେ ମଧୁମେହର ଶୀକାର ହୋଇପାରନ୍ତି ।

29

ମଧୁମେହ ଆଜିକାଲିର ଏକ ବିରାଟ ସମସ୍ୟା । ଦିନଥିଲା ଯେତେବେଳେ କେବଳ ବୟସ୍କ ମାନେ ଏହାର ଶୀକାର ହେଉଥିଲେ । କିନ୍ତୁ ଏବେ ସମୟ ବଦଳି ଯାଇଛି । କେବଳ ବୟସ୍କ ନୁହଁନ୍ତି ଛୋଟପିଲା ମଧ୍ୟ ଏହାର ଶୀକାର ହେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି କେବେ କେବେ ଜନ୍ମ ହୋଇଥିବା ଶିଶୁ ମଧ୍ୟ ମଧୁମେହରେ ଶୀକାର ହୋଇଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସମୟରେ ଖୁବ କମ ବୟସର ପିଲା ମଧୁମେହର ଶୀକାର ହେଉଥିବା ପଛରେ ରହିଛି କିଛି ଖାସ କାରଣ । ଆସନ୍ତୁ ଆଲୋଚନା କରିବା ।

ଫାଷ୍ଟ ଫୁଡ
ଏଭଳି ଖାଦ୍ୟ ମଧୁମେହ ହେବାର ଆଶଙ୍କା ବଢାଇଥାଏ । ତେଣୁ ପିଲା ମାନଙ୍କୁ ଏଭଳି ଖାଦ୍ୟରୁ ଦୂରେଇ ରଖିବା ଉଚିତ । କାରଣ ଏହା ଦ୍ୱାରା ଶରୀରରେ କ୍ୟାଲୋରୀ ବଢିଥାଏ । ଏହା ଦ୍ୱାରା ଓଜନ ବୃଦ୍ଧି ହୁଏ । ତେଣୁ ପିଲାମାନେ ମଧୁମେହର ଶୀକାର ହୋଇଥାନ୍ତି ।

ଚଳଲେଟ, କ୍ୟାଣ୍ଡି ବା କୁକିଜ
ଏଭଳି ଖାଦ୍ୟରେ ପୋଷକ ତତ୍ତ୍ୱ ନଥାଏ । ଏଥିରେ କାର୍ବୋହାଇଡ୍ରେଟର ମାତ୍ରା ମଧ୍ୟ କମ ।ଏହା ଦ୍ୱାରା ରକ୍ତରେ ସୁଗାର ବଢିଥାଏ । ତେଣୁ ମଧୁମେହର ଶୀକାର ହେବାର ସମ୍ଭାବନା ଥାଏ ।

ସଫ୍ଟ ଡ୍ରିଙ୍କସ
ଏଥିରେ ସୁଗାରର ମାତ୍ରର ଯଥେଷ୍ଟ ଅଧିକ । ତେଣୁ ଏହାକୁ ପିଇଲେ ରକ୍ତରେ ସୁଗାର ସ୍ତର ବଢିଯାଏ । କ୍ୟାଲୋରୀର ମାତ୍ରା ମଧ୍ୟ ଏଥିରେ ଯଥେଷ୍ଟ ଅଧିକ । ତେଣୁ ଏହା ମଧୁମେହକୁ ନିମନ୍ତ୍ରଣ କରିଥାଏ ।

ଧଳା ପାଉଁରୁଟି
ଏହା ହଜମ ହେବା ସମୟରେ ଚିନି ଭଳି କାମ କରେ । ଏହାକୁ ଖାଇଲେ ରକ୍ତରେ ସୁଗାର ବଢିଯାଏ ।ତେଣୁ ପିଲାମାନଙ୍କୁ ଏହାକୁ ଦେବା ଅନୁଚିତ ।

କେକ ଏବଂ ପେଷ୍ଟ୍ରି
ଏଭଳି ଖାଦ୍ୟରେ ଚିନି ଏବଂ ସୋଡିୟମ ପ୍ରଚୁର ବ୍ୟବହାର ହୁଏ । ଯାହା ସୁଗାରର ମାତ୍ରା ବଢାଇଥାଏ । ସନ୍ତୁଳିତ ପ୍ରତିକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା କେବଳ ମଧୁମେହ ନୁହେଁ ବରଂ ହୃଦରୋଗ ସମସ୍ୟା ମଧ୍ୟ ବଢାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More