Only for Entertainment

ମହଙ୍ଗା ଟୁଥପେଷ୍ଟ ନୁହେଁ ବରଂ ଘରର ଏହି ୫ଟି ଜିନିଷରେ ଦାନ୍ତକୁ ଚମକାନ୍ତୁ ।

amarujala
26

ଆପଣ ତ ବିଭିନ୍ନ ପ୍ରକାରର ପେଷ୍ଟ ବଜାରରୁ କିଣି ଆଣି ବ୍ୟବହାର କରନ୍ତି,କିନ୍ତୁ ଆପଣଙ୍କ ଘରେ ଏଭଳି ୫ଟି ଜିନିଷ ରହିଛି ଯାହା କେମିକଲ ମୁକ୍ତ ଏବଂ ଦାନ୍ତ ପାଇଁ ମଧ୍ୟ ଭଲ । ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ ।

ଷ୍ଟ୍ରବେରୀ ହଳଦିଆ ଦାନ୍ତରୁ ମୁକ୍ତି ଦିଏ । ଏଥିରେ ଥିବା ଏସିଡ ଏବଂ ଭିଟାମିନ ସି ଦାନ୍ତରୁ ହଳଦିଆ ଅଂଶକୁ ବାହାର କରେ । ଯଦି ଆପଣ ଏହା ଦ୍ୱାରା ବ୍ରଶ କରିପାରୁ ନାହାଁନ୍ତି ତେବେ ଏହାକୁ ଚୋବାଇ ଖାଆନ୍ତୁ ।

ଅଧିକ ଡେଂଟିଷ୍ଟ କୁହନ୍ତିଯେ ଫ୍ଲୋସିଙ୍ଗ ଦ୍ୱାରା ଦାନ୍ତରୁ ହଳଦିଆ ରଙ୍ଗ ଦୂର ହୋଇଯାଏ । ତେଣୁ ସପ୍ତାହରେ ଅତି କମରେ ଦୁଇ ଥର ଫ୍ଲୋସିଙ୍ଗ କରିବା ଉଚିତ ।

 

ଯେଉଁ ଘରୋଇ ଉପଚାର ଅଧିକ ପ୍ରଚଳିତ ତାହା ହେଉଛି ବେକିଂ ସୋଢା ଏବଂ ଲେମ୍ବୁ । ଦୁଇଟିର ରାସାୟନିକ ପ୍ରତିକ୍ରିୟା ଦାନ୍ତକୁ ଚମକାଇବାରେ ସହାୟକ ହୋଇଥାଏ । ଦୁଇଟିକୁ ଆପଣ ଅଲଗା ଅଲଗା ବ୍ୟବହାର କରିପାରିବେ କିନ୍ତୁ ଏକାଠି ବ୍ୟବହାର କଲେ ଆପଣଙ୍କ ଦାନ୍ତର ହଳଦିଆ ଦାଗ ଦୂର ହୋଇଯିବ । ଉଭୟକୁ ମିଶାଇ ସପ୍ତାହକୁ ଅତି କମରେ ଥରେ ବ୍ୟବହାର କରନ୍ତୁ । ଧ୍ୟାନ ରଖିବେ ଯଦି ଏହାକୁ ବ୍ୟବହାର କଲେ ଜଳାପୋଡ଼ା ହୁଏ ତେବେ ତତକ୍ଷଣାତ ଛାଡ଼ିଦେବେ ।

କ୍ରଂଚି ଫଳ ଦାନ୍ତ ପାଇଁ ଖୁବ ଭଲ । ସେଓ,ଜୁଆଣି ଏବଂ ଗାଜର ଆଦି ପ୍ରାକୃତିକ ଟୁଥ ବ୍ରଶ ଭାବରେ କାମ କରନ୍ତି । ଏହାକୁ ଭଲ ଭାବରେ ଚୋବାଇବା ଦ୍ୱାରା ଦାନ୍ତରୁ ହଳଦିଆ ଦାଗ ଦୂର ହୋଇଯାଏ । କାରଣ ବ୍ୟାକ୍ଟେରିଆ ଦୂରେଇ ଯାଆନ୍ତି । ସବୁଠାରୁ ଖାସ କଥା ହେଉଛି ଏଥିରେ ଥିବା ଏସିଡ ଦାନ୍ତରୁ ହଳଦିଆ ରଙ୍ଗ ଦୂରେଇ ଦିଏ ।

୧ ଚାମଚ ଅର୍ଗାନିକ ତେଲକୁ ପାଟିରେ ରଖି ୧୫ରୁ ୨୦ ମିନିଟ ପାଇଁ କୁଳି କରନ୍ତୁ ଏବଂ ପରେ ଭଲ ପାଣିରେ ପୁଣିଥରେ କୁଳି କରନ୍ତୁ । ଯଦି ସମ୍ଭବ ଏହି ପ୍ରକ୍ରିୟା ପରେ ୨ରୁ ୩ ଗ୍ଲାସ ପାଣି ନିହାତି ପିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More