Only for Entertainment

ଶ୍ୱଶୁର ଘରେ ରାଜ କରନ୍ତିି ଏହି ୬ ପ୍ରକାରର ମହିଳା ।

punjabkesari
73

ପ୍ରତ୍ୟେକ ମା ବାପା ପୁଅ ପାଇଁ ଭଲ ପତ୍ନୀ ଏବଂ ଘର ପାଇଁ ଭଲ ବୋହୁଟିଏ ଖୋଜନ୍ତି । ଯଦି ଆପଣ ମଧ୍ୟ ନିଜ ପାଇଁ ଭଲ ପତ୍ନୀ ଖୋଜୁଛନ୍ତି ତେବେ ଏହି କଥା ଆପଣଙ୍କୁ ସାହାଯ୍ୟ କରିପାରେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ରାଶି ବିଷୟରେ କହିବୁ ଯେଉଁ ଝିଅମାନେ ଭଲ ପତ୍ନୀ ସହିତ ଭଲ ବୋହୁ ମଧ୍ୟ ହୋଇଥାନ୍ତି । କେବଳ ସେତିକି ନୁହେଁ ଏହି ପ୍ରକାରର ମହିଳା ଶ୍ୱଶୁର ଘର ପାଇଁ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା କ’ଣ ସେହି ସମସ୍ତ ରାଶି ।

ମେଷ:
ବୁଝାସୁଝା ଏବଂ ସ୍ୱଭାବରେ ଶାନ୍ତ ଏହି ପ୍ରକାରର ଝିଅ ସମସ୍ତଙ୍କ ଭାବନା ଅନୁସାରେ ସମ୍ମାନ ଦିଅନ୍ତି । ଏମାନେ ସମଗ୍ର ପରିବାରକୁ ସାଙ୍ଗରେ ନେଇ ଆଗକୁ ବଢିବାରେ ବିଶ୍ୱାସ ରଖନ୍ତି । କଳି ଝଗଡ଼ାକୁ ଏମାନେ ଖୁବ ସହଜରେ ସମାଧାନ କରିଦିଅନ୍ତି ଏବଂ ଝଗଡ଼ା ଠାରୁ ଦୂରେଇ ରହିବାକୁ ସବୁବେଳେ ଚେଷ୍ଟା କରନ୍ତି । ଦୟା ଏବଂ ପ୍ରେମରେ ପରିପୂର୍ଣ୍ଣ ଏମାନଙ୍କ ହୃଦୟ । ଏମାନେ ଘରକୁ ଆସିବା ମାତ୍ରେ ଘରେ ଖୁସି ଖେଳିଯାଏ ।

ବୃଷ:
ଭାଗ୍ୟ କ୍ଷେତ୍ରରେ ଏମାନେ ଖୁବ ଆଗରେ । ଯେଉଁଠାକୁ ଯାଆନ୍ତି ଖୁସି ଖେଳିଯାଏ । ଏମାନେ ଘରକୁ ଆସିଲେ ବାଣିଜ୍ୟ ଏବଂ କ୍ୟାରିଅରରେ ଉନ୍ନତି ଆସିଯାଏ । ଏମାନେ କେବଳ ପତିକୁ ନୁହେଁ ବରଂ ସାରା ପରିବାରକୁ ଏକାଠି କରି ଚଳନ୍ତି ।

କର୍କଟ:
ଏହି ରାଶିର ମହିଳା ଖୁବ ବୁଦ୍ଧିମତି । ଏମାନେ ଘରର ଉନ୍ନତି ପାଇଁ ଠିକ ନିଷ୍ପତ୍ତି ନିଅନ୍ତି । କମ ଟଙ୍କାରେ ଘରକୁ କିଭଳି ଚଳାଇ ହେବ ଏମାନେ ଖୁବ ଭଲ ଭାବରେ ଜାଣନ୍ତି । ଘରର ପ୍ରତ୍ୟେକ ସଦସ୍ୟଙ୍କ ଯତ୍ନ ନିଅନ୍ତି ।

କନ୍ୟା:
ଏମାନେ ଘରକୁ ଆସିବା ଦ୍ୱାରା ଘରକୁ ନୂଆ ନୂଆ ଉପାୟରେ ଟଙ୍କା ଆସିବା ଆରମ୍ଭ ହୋଇଯାଏ । ଏମାନେ ସ୍ୱଭାବରେ ଖୁବ ମିଶାଣିଆ । ନୂଆ ପରିବେଶରେ ଖାପ ଖୁଆଇ ଚଳିବାକୁ ଏମାନଙ୍କୁ ଅଧିକ ସମୟ ଲାଗେ ନାହିଁ ।
ବିଛା:
ସ୍ୱଭାବରେ ଶାନ୍ତ ସରଳ ଏହି ମହିଳା ଘରର ଖୁସି ଦିଗୁଣା କରିଦିଅନ୍ତି । ଏହି ରାଶିର ଝିଅକୁ ବିବାହ କରିବା ଦ୍ୱାରା ଖୁବଶୀଘ୍ର ପ୍ରମୋଶନ ହୋଇଥାଏ । ସ୍ୱଭାବରେ ଶାନ୍ତ ହୋଇଥିବାରୁ କଳି ଝଗଡ଼ା ହେବାକୁ ଦିଅନ୍ତି ନିାହିଁ ।

କୁମ୍ଭ:
ହସ ହସ ଚେହେରାରେ ଏମାନେ ଘରକୁ ଆନନ୍ଦରେ ପରିପୂର୍ଣ୍ଣ କରିଦିଅନ୍ତି । ଏମାନଙ୍କ ନିକଟରେ ବିଭିନ୍ନ ଦକ୍ଷତା ଥାଏ, ଯେଉଁ କାରଣରୁ ଏମାନେ ଘରକୁ ଆର୍ଥିକ ସହାୟତା କରିବା ପାଇଁ ସକ୍ଷମ ହୋଇଥାନ୍ତି । ପତି ସହିତ ଘରକୁ ଖୁସି ରଖିବାର କଳା ଏମାନଙ୍କ ନିକଟରେ ଖୁବ ଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More