Only for Entertainment

୨୦୧୯ରେ ଅନୁପସ୍ଥିତ ଓଲିଉଡର ଏହି ଚର୍ଚ୍ଚିତ ନାୟିକାମାନେ

40

୨୦୧୯ରେ ଓଲିଉଡର କେତେକ ନାୟିକାଙ୍କ ଫିଲ୍ମ ରିଲିଜ୍ ହେଲା, ଆଉ କେତେକଙ୍କର ଗୋଟିଏ ବି ଓଡ଼ିଆ ସିନେମା ରିଲିଜ୍ ହୋଇ ନାହିଁ। ଆସନ୍ତୁ ଜାଣିବା କେଉଁ ଲୋକପ୍ରିୟ ଓଲିଉଡ ନାୟିକାଙ୍କର ଗୋଟିଏ ହେଲେ ଓଡ଼ିଆ ସିନେମା ରିଲିଜ୍ ହୋଇ ନାହିଁ।

ଅନୁଭା: ଓଲିଉଡର ଚୁଲୁବୁଲି ନାୟିକା ଅନୁଭାଙ୍କର ଏ ବର୍ଷ ଗୋଟିଏ ବି ସିନେମା ମୁକ୍ତିଲାଭ କରିନାହିଁ। ଯଦିଓ ତାଙ୍କର ‘ପରଦେଶୀ ଚଢ଼େଇ’ ରିଲିଜ୍ ଅପେକ୍ଷାରେ ରହିଛି।

ନମ୍ରତା ସିଂହଦେଓ: ‘ଆଖି ଖୋଲିଲେ ତୁ ହି ତୁ’ର ଅନ୍ୟତମ ନାୟିକା ନମ୍ରତା ସିଂହଦେଓଙ୍କର ଦୁଇଟି ସିନେମା ‘ତୋ’ପାଇଁ ଫେରିବି ମୁଁ ବସୁଧା ଚିରି’ ଏବଂ ‘ମନେ ମନେ ମନ ଖୋଜୁଥୁଲା’ ରିଲିଜ୍ ଅପେକ୍ଷାରେ ଥିଲେ ବି ୨୦୧୯ରେ ତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ।

ଝାନସୀ: ‘ପ୍ରେମର ନିଶା ନିଆରା ନିଆରା’ ଓ ‘ଗୁଣ୍ଡା’ ଭଳି ଫିଲ୍ମରେ ଅଭିନୟ କରିଥିବା ନାୟିକା ଝାନସୀଙ୍କୁ ବି ଏଥର ଅନୁପସ୍ଥିତ ରହିବାକୁ ପଡ଼ିଛି। ଓଲିଉଡର ଚୁଲୁବୁଲି ନାୟିକା ଶିବାନୀଙ୍କର ଏ ବର୍ଷ କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ। ଅବଶ୍ୟ ସେ ‘ଅଭିମାନ’ ସିନେମାର ଏକ ଗୀତରେ ନଜର ଆସିଥିଲେ। ତାଙ୍କ ଅଭିନୀତ ‘ଦିଲ ମୋର ମାନେନା’ ଏବଂ ‘ବାବୁ ଭାଇଜାନ୍’ ରିଲିଜ୍ ପାଇଁ ସଜବାଜ ହେଉଛି।

ସନମୀରା: ସପନର ପଥେ ପଥେ, ଲୈଲା ଓ ଲୈଲା ଏବଂ ଲୋକାଲ ଟୋକା ଲଭ୍ ଚୋଖା ଆଦି ସିନେମାର ନାୟିକା ସନମୀରାଙ୍କୁ ୨୦୧୯ରେ କୌଣସି ସିନେମାରେ ଦେଖିବାକୁ ମିଳିଲା ନାହିଁ।

ପ୍ରକୃତି ମିଶ୍ର: ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ୨୦୧୮ରେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରଥିଲା, ମାତ୍ର୨୦୧୯ରେ ତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ।

ଜୀନା: ‘ଫେରିଆ ମୋ’ ସୁନା ଭଉଣୀ’ରୁ ଓଲିଉଡରେ ନାୟିକା ଭୂମିକାରେ ନଜର ଆସିଥିବା ଜୀନା ସାମଲ ୨୦୧୯ରେ କୌଣସି ଓଡ଼ିଆ ସିନେମାରେ ନଜର ଆସି ନାହାନ୍ତି ।

ନମ୍ରତା ସିଂହଦେଓ: ‘ଆଖି ଖୋଲିଲେ ତୁ ହି ତୁ’ର ଅନ୍ୟତମ ନାୟିକା ନମ୍ରତା ସିଂହଦେଓଙ୍କର ଦୁଇଟି ସିନେମା ‘ତୋ’ପାଇଁ ଫେରିବି ମୁଁ ବସୁଧା ଚିରି’ ଏବଂ ‘ମନେ ମନେ ମନ ଖୋଜୁଥୁଲା’ ରିଲିଜ୍ ଅପେକ୍ଷାରେ ଥିଲେ ବି ୨୦୧୯ରେ ତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ।

ଝାନସୀ: ‘ପ୍ରେମର ନିଶା ନିଆରା ନିଆରା’ ଓ ‘ଗୁଣ୍ଡା’ଭଳି ଫିଲ୍ମରେ ଅଭିନୟ କରିଥିବା ନାୟିକା ଝାନସୀଙ୍କୁ ବି ଏଥର ଅନୁପସ୍ଥିତ ରହିବାକୁ ପଡ଼ିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More