Only for Entertainment

ଏହି ଖାଦ୍ୟ ଦ୍ୱାରା କରନ୍ତୁ ଥାଇରଏଡ୍‌ ନିୟନ୍ତ୍ରଣ

acchitips
45

ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟାର ଉପୁଜୁଛି ତେବେ ଆପଣ ଥାଇରଏଡ୍‌ ଥାଇପାରେ ବୋଲି ଧରିନିଅନ୍ତୁ। ଏଭଳି ସମୟରେ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ।

ଥାଇରଏଡ୍‌ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ କରନ୍ତୁ ଏହାର ବ୍ୟବହାର: ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍‌ ଏବଂ ବିଟା କେରୋଟିନ୍‌ ତତ୍ତ୍ୱ ଥାଏ ଯାହା ଥାଇରଏଡ୍‌ ର ହାମୋର୍ସକୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଁ ଗାଜର ଖାଇଲେ ଥାଇରଏଡ୍‌ରୁ ମୁକ୍ତି ମିଳିବ। ଏଥିରେ ଆଇରନ୍‌ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍‌ ପାଇଁ ବହୁତ ଭଲ ହୋଇଥାଏ। ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍‌ ସମସ୍ୟା କମିଯିବ।

ସେଓରେ ମଧ୍ୟ ପେକ୍ଟିନ୍‌ ଏବଂ ଫାଇବର୍‌ ଥାଏ, ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ। ଦିନରେ ଗୋଟିଏ ବିଟ୍‌ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ଥାଇରଏଡ୍‌ କମ୍‌ କରିବାର ତତ୍ତ୍ୱ ଥାଏ। ଏଥିରେ ଇମ୍ୟୁନ୍‌ ସିଷ୍ଟମ୍‌ ବଢିଥାଏ ଏବଂ ଥାଇରଏଡ୍‌ ହରମୋନ୍‌ ନିୟନ୍ତ୍ରିତ ହୋଇଥାଏ।

ଯେଉଁ ଲୋକଙ୍କ ଠାରେ ଥାଇରଏଡ୍‌ ଭଳି ସମସ୍ୟା ଦେଖାଯାଏ ସେମାନେ ଆଖୁ ଖାଆନ୍ତୁ ନାହିଁ। ଥଣ୍ଡାପାନୀୟ, ଦହି, ଚକଲେଟ୍‌ , କୁକିଜ୍‌ , ପେଷ୍ଟ୍ରି ଆଦିର ସେବନ କରନ୍ତୁ ନାହିଁ।

ଏହାଛଡ଼ା ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଥାଇରଏଡ୍‌ ଅଧିକ ବଢିଥାଏ। ଶୁଦ୍ଧ କ୍ଷୀର ପିଅନ୍ତୁ ନାହିଁ। ଫୁଟିଥିବା କ୍ଷୀର ପିଇବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ପୂର୍ବରୁ ଏହି ରୋଗରେ ପୀଡିତ ଅଛନ୍ତି ତେବେ ମିଠା,ଲୁଣି,ରାଗ ଅଧିକ ଖାଆନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More