Only for Entertainment

ପ୍ରତିଦିନ ସକାଳୁ ଜପ କରନ୍ତୁ ଏହି ନାମ, ପରିବର୍ତ୍ତନ ହେବ ଭାଗ୍ୟ !

india
0 66

ମହାପୁରାଣ ସୂଚୀରେ ୧୫ତମ ପୁରାଣ କ୍ରମରେ କୁର୍ମପୁରାଣର ଏକ ବିଶେଷ ମହତ୍ତ୍ୱ ରହିଛି । ଏହି ପୁରାଣ ମଧ୍ୟ ୧୭୦୦ଶ୍ଳୋକ ସାମିଲ ରହିଛି । ସର୍ବପ୍ରଥମେ ଭଗବାନ ବିଷ୍ଣୁ କୁର୍ମ ଅବତାର ଧାରଣ କରି ରାଜା ଇନ୍ଦ୍ରଦ୍ୟୂମ୍ନଙ୍କୁ କହିଥିଲେ ଏବଂ ଏହା ପୁଣି ଥରେ ଭଗବାନ କୁର୍ମ ସମୁଦ୍ର ମନ୍ଥନ ସମୟରେ ଇନ୍ଦ୍ରପୁରୀର ଦେବତାଙ୍କୁ ଓ ନାରଦଙ୍କୁ ମଧ୍ୟ କହିଥିଲେ ।
ଏହି ପୁରାଣରେ ହିନ୍ଦୁ ଧର୍ମର ଅନେକ ପ୍ରଥା ଏବଂ ରୀତିନୀତି ରହିଛି, ଯାହା ଶୁଭ ଫଳ ପ୍ରଦାନ କରିଥାଏ । ଏହାକୁ ପାଳନ କରିବା ଦ୍ୱାରା ଆପଣ ଆପଣଙ୍କ ଖରାପ ସମୟ ଏବଂ ସମସ୍ୟାରୁ ସହଜରେ ମୁକ୍ତି ପାଇ ପାରିବେ । ଏହାସହ ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ ।

କୁର୍ମ ପୁରାଣର ୪୯ତମ ଅଧ୍ୟାୟରେ ଥିବା ଶ୍ଳୋକରେ ୪ଜଣ ଏଭଳି ବ୍ୟକ୍ତିତ୍ୱଙ୍କ ନାମ ବର୍ଣ୍ଣନା କରାଯାଇଛି , ଯାହ ଆମେ ଉଚ୍ଚାରଣ କରିବାଦ୍ୱାରା ଶୁଭ ଫଳ ପ୍ରାପ୍ତ ହେବ । ମାତ୍ର ,ହା କରିବା ପୂର୍ବରୁ ସଠିକ୍ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯଦି ଏହି ନାମକୁ ଉଚିତ୍ ଦିଗରେ ବସି ଉଚ୍ଚାରଣ କରାଯାଏ ତେବେ ମନୁଷ୍ୟର ଭାଗ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ଶ୍ଳୋକ:
ମାନସୋପରି ମାହେନ୍ଦ୍ରୀ ପ୍ରାଂଚ୍ୟା ଦିଶୀ ମହାପୁରୀ ।
ଦକ୍ଷିଣେନ ଯମସ୍ୟାଥ ବରୁଣସ୍ୟ ତୁ ପଶ୍ଚିମେ ।।

ଅର୍ଥାତ:

  • ମାନସାଚଳର ପୂର୍ବ ଦିଗରେ ଇନ୍ଦ୍ରଙ୍କର ନଗରୀ ଅବସ୍ଥିତ । ପ୍ରତିଦିନ ପ୍ରାତଃ ସମୟରେ ଉଠି ପୂର୍ବ ଦିଗକୁ ମୁହଁ କରି ଭଗବାନ ଇନ୍ଦ୍ରଙ୍କର ନାମ ଉଚ୍ଚାରଣ କଲେ ଏବଂ ତାଙ୍କର ସ୍ତୁତି ପାଠ କରିବା ଦ୍ୱାରା ଶୁଭ ହୋଇଥାଏ ।
  • ଦକ୍ଷିଣ ଦିଗରେ ଯମରାଜଙ୍କ ବାସ ରହିଥାଏ , ସେଥିପାଇଁ ଦକ୍ଷିଣ ଦିଗକୁ ମୁହଁ କରି ଯମରାଜଙ୍କ ନାମ ଜପିବାଦ୍ୱାରା ଏବଂ ସ୍ତୁତି ପାଠ କରିବାଦ୍ୱାରା ଶୁଭ ପ୍ରାପ୍ତ ହୋଇଥାଏ ।
  • ପଶ୍ଚିମ ଦିଗରେ ବରୁଣ ଦେବତା ବାସ କରନ୍ତି । ସକାଳୁ ଉଠିବା କ୍ଷଣି ପଶ୍ଚିମ ଦିଗକୁ ମୁହଁ କରି ବରୁଣ ଦେବତାଙ୍କ ନାମ ଜପିବା ଶୁଭ ହୋଇଥାଏ ।
  • ଉତ୍ତର ଦିଗରେ ସୋମ ଅର୍ଥାତ ଚନ୍ଦ୍ର ବାସ କରନ୍ତି । ପ୍ରତିଦିନ ପ୍ରାତଃ ସମୟରେ ଉତ୍ତର ଦିଗକୁ ମୁହଁ କରି ଚନ୍ଦ୍ରଙ୍କର ନାମ ଜପିବା ଏବଂ ସ୍ତୁତି ପାଠ କରିବାଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More