Only for Entertainment

ଏହି ସବୁ ଫଳ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ

29

ଯେଉଁମାନେ ମଧୁମେହରେ ପୀଡ଼ିତ ,ସେମାନେ ଫଳ ଖାଇଥାନ୍ତି।କିନ୍ତୁ ଜାଣନ୍ତି କି କେତେକ ଲୋ ସୁଗାର ଫଳ ଖାଇବା ସେମାନଙ୍କ ପାଇଁ ଖୁବ୍‌ ଲାଭଦାୟକ। କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ମାତ୍ର ୧୨ ଗ୍ରାମ୍‌ ସୁଗାର୍‌ ଓ ୭ କ୍ୟାଲୋରି ଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ ମଧ୍ୟ କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଆଉ ଏକ ଉପକାରୀ ଫଳ ହେଲା ଅଙ୍ଗୁର। ଏକ ମଧ୍ୟମ ଆକାରର ଅଙ୍ଗୁରରେ ମାତ୍ର ୯ ଗ୍ରାମ୍‌ ସୁଗାର୍‌ ଥାଏ। ତେବେ ଏହାକୁ ସୀମିତ ମାତ୍ରାରେ ସେବନ କରିଲେ ଖୁବ୍‌ ଭଲ।

ସେଓ ହେଉଛି ଅନ୍ୟ ଏକ ଫଳ,ଯେଉଁଥିରେ ମାତ୍ର ୧୯ ଗ୍ରାମ୍‌ ସୁଗାର ମିଳିଥାଏ। ଏଣୁ ଏହାକୁ ଚୋବାଇ ଖାଇବା ଭଲ। ସେଓର ଜୁସ୍‌ ନ ପିଇବା ଭଲ। ତରଭୁଜ ମଧ୍ୟ ସେହି ଧରଣର ଏକ ଫଳ। ଏକାକୀ ତରଭୁଜରେ ମାତ୍ର ୧୦ ଗ୍ରାମ୍‌ ସୁଗାର୍‌ ଥାଏ। ଏହି ଫଳରେ ଆଇରନର ମାତ୍ରା ମଧ୍ୟ ଅଧିକ। ଜାମୁକୋଳି ବି ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସଦୃଶ। ଗୋଟିଏ କପ୍‌ ଜାମୁକୋଳିରେ ମାତ୍ର ୭ ଗ୍ରାମ୍‌ ସୁଗାର ରହିଛି। ତେବେ ସୀମିତ ମାତ୍ରାରେ ଏହାକୁ ସେବନ କରିବା ଉଚିତ।।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More