Only for Entertainment

କେବଳ ଶ୍ରୀଦେବୀ ନୁହଁନ୍ତି ବାଥରୁମରୁ ମୃତ ଭାବରେ ମିଳିଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଦୁନିଆର ଏହି ସମସ୍ତ ପ୍ରସିଦ୍ଧ ତାରକା ।

youtube
0 59

ବାଥ ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ସମସ୍ତେ ଆଚମ୍ବିତ ହୋଇ ଯାଇଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ,ଏହିଭଳି ଘଟଣା ଆମେରିକା ଏବଂ ଜାପାନରେ ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି । ଏଭଳି କେତେକ ସେଲିବ୍ରେଟୀ ଅଛନ୍ତି ଯେଉଁମାନେ ବାଥଟବରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ଆମେରିକା ଅଭିନେତ୍ରୀ ବିଟନୀ ହୁଷ୍ଟନଙ୍କ ମୃତ୍ୟୁ ମଧ୍ୟ ବାଥଟବରେ ବୁଡ଼ି ହୋଇଛି । ତେବେ ତାଙ୍କ ମୃତ୍ୟୁ ହୃଦୟ ସହିତ ଜଡ଼ିତ ଏବଂ କୋକେନ ନେଉଥିବା ଯୋଗୁଁ ଘଟିଥିଲା ।

ହୁସଟନଙ୍କ ଝିଅ ବବି କ୍ରିଷ୍ଟିନା ବ୍ରାଉନଙ୍କ ମୃତ୍ୟୁ ମଧ୍ୟ ଠିକ ସେହିଭଳି ହୋଇଥିଲା । ତେବେ ବିଭିନ୍ନ ପ୍ରକାରର ଡ୍ରଗ୍ସ ନେଉଥିବା କାରଣରୁ ଏଭଳି ହୋଇଥିଲା ।

ଜିମ ମରିସନଙ୍କ ମୃତ୍ୟୁ ମଧ୍ୟ ୨୮ ବର୍ଷ ବୟସରେ ହୋଇଥିଲା । ତାଙ୍କ ମୃତ୍ୟୁର କାରଣ ଆଜି ପର୍ଯ୍ୟନ୍ତ ମିଳିନାହିଁ । କାରଣ ତାଙ୍କର ପୋଷ୍ଟମର୍ଟମ କରାଯାଇ ନଥିଲା । ଯେଉଁ କାରଣରୁ ତାଙ୍କ ମୃତ୍ୟୁ ଆଜି ମଧ୍ୟ ରହସ୍ୟ ମଧ୍ୟରେ ରହିଯାଇଛି ।

ଜୁଡ଼ି ଗାରଲ୍ୟାଣ୍ଡ ମଧ୍ୟ ୪୭ ବର୍ଷ ବୟସରେ ମୃତ ଭାବରେ ବାଥଯବରୁ ମିଳିଥିଲେ । ତାଙ୍କ ମୃତ୍ୟୁର କାରଣ ମଧ୍ୟ ଥିଲା ଡ୍ରଗ୍ସର ଓଭରଡୋଜ ।

ମାଇକଲ ଜ୍ୟାକସନ ୨୫ ଜୁନ ୨୦୦୯ରେ ମୃତ ଭାବରେ ବାଥଟବରୁ ମିଳିଥିଲେ । ତେବେ ଅଧିକ ଡ୍ରଗ୍ସ ନେବା ଯୋଗୁଁ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ।

ଲେନି ବ୍ରୁଶଙ୍କ ମୃତ୍ୟୁ ମଧ୍ୟ ଅଧିକ ମର୍ଫିନ ନେବା ଯୋଗୁଁ ହୋଇଥିଲା । ସେ ମୃତ ଅବସ୍ଥାରେ ବାଥଟବରୁ ମିଳିଥିଲେ ।

ଏଲିବ୍ସ ପ୍ରେସଲିଙ୍କ ମୃତଦେହ ମଧ୍ୟ ବାଥଟବରୁ ମିଳିଥିଲା । ହୃଦଘାତ ଦ୍ୱାରା ତାଙ୍କ ମୃତ୍ୟୁ ହେବା କଥା ଶୁଣା ଯାଉଥିଲା । କିନ୍ତୁ ଡାକ୍ତରମାନେ ତାହା ଲୁଚାଇଥିଲେ । କିନ୍ତୁ ପରେ ଜଣାଗଲାଯେ ବିଭିନ୍ନ ପ୍ରକାରର ଡ୍ରଗ୍ସ ନେଉଥିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା ।

ହଲିଉଡ କଳାକାର ବ୍ରିଟନୀ ମର୍ଫି ୨୦୦୯ରେ ବାଥରୁମରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ । ନିମୋନିଆ ଏବଂ ଡ୍ରଗ୍ସ ନେବା କାରଣରୁ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More