Only for Entertainment

ସମ୍ପର୍କ ମଜଭୂତ କରିବା ଲାଗି କେମେଷ୍ଟ୍ରି ସହ ଜରୁରୀ ଅଟେ ଏସବୁ !

Dreamstime
0 38

ଅନେକ କପଲ ମାନନ୍ତି ଯେ ସମ୍ପର୍କକୁ ମଜଭୂତ ବନାଇବା ପାଇଁ କେମେଷ୍ଟ୍ରି ଜରୁରୀ ଆବଶ୍ୟକ । କିନ୍ତୁ ଏହା ବ୍ୟତୀତ ଆହୁରି ଅନେକ ଜିନିଷ ରହିଛି ଯାହା ସମ୍ପର୍କକୁ ମଜଭୂତ କରିଥାଏ । ଆସନ୍ତୁ ଜାଣିବା ଏହା ସମ୍ପର୍କରେ …

ଯଦି ଆପଣ ଏକ ଭଲ ସମ୍ପର୍କ ଚାହାନ୍ତି ତେବେ ପାର୍ଟନରଙ୍କ ଠାରୁ କୌଣସି ଜିନିଷରେ ଅଧିକ ଆଶା ରଖନ୍ତୁ ନାହିଁ । ଯଦି ଆପଣଙ୍କୁ କିଛି ଦରକାର ତେବେ ସିଧା କହି ଦିଅନ୍ତୁ କାରଣ ସେ ଆପଣଙ୍କ ମନ ପଢି ପାରିବେ ନାହିଁ ।

କୌଣସି ସମ୍ପର୍କରେ ସବୁଠାରୁ ଜରୁରୀ ଅଟେ ‘ସମ୍ମାନ’ ଯଦି ଆପଣ ପାର୍ଟନରକୁ ସମ୍ମାନ ଦେବେ ତେବେ ସେଥିରେ ନାଁ କେବଳ ଆପଣଙ୍କ ସମ୍ପର୍କ ମଜଭୂତ ହେବ ବରଂ ଭଲ ପାଇବା ମଧ୍ୟ ବଢିବ ।

ସମ୍ପର୍କ ମଜଭୂତ କରିବା ଲାଗି ପାର୍ଟନରଙ୍କ ସହ କଥା ହେବା ନିହାତି ଜରୁରୀ । କିଛି ବ୍ୟକ୍ତି ଘରକୁ ଆସିବା କ୍ଷଣି ଟିଭି କିମ୍ବା ମୋବାଇଲରେ ବ୍ୟସ୍ତ ରହିଯାଆନ୍ତି । ଏଭଳି କରିବା ଦ୍ୱାରା ପାର୍ଟନର ଭାବନ୍ତି ଆପଣ ତାଙ୍କୁ ଇଗ୍ନୋର କରୁଛନ୍ତି । ଏହାଦ୍ୱାରା ମଧ୍ୟ ସମ୍ପର୍କ ଦୁର୍ବଳ ହୋଇଯାଇଥାଏ । ଯଦି ଆପଣ ଆପଣଙ୍କ ପାର୍ଟନର ସହ ନିଜ କଥା ଶେୟାର କରିବେ ତେବେ ସମ୍ପର୍କରେ ମଧୁରତା ଆସିବ ।

କୌଣସି ସମ୍ପର୍କରେ ବନ୍ଧୁତା ନିହାତି ଆବଶ୍ୟକ । ଆପଣଙ୍କୁ ମଧ୍ୟ ଆପଣଙ୍କ ପାର୍ଟନରର ବନ୍ଧୁ ହୋଇ ରହିବା ଆବଶ୍ୟକ । ଏହାଦ୍ୱାରା ସେ ଆପଣଙ୍କୁ କୌଣସି କଥା ଲୁଚାଇବେ ନାହିଁ ।

କୌଣସି ପଦକ୍ଷେପ ନେବା ପୂର୍ବରୁ ପାର୍ଟନରଙ୍କ ନିହାତି ମାଗିବେ ଏହାଦ୍ୱାରା ତାଙ୍କ ମନରେ ଆପଣଙ୍କ ପାଇଁ ଇଜ୍ଜତ ବୃଦ୍ଧି ପାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More