Only for Entertainment

ଜାଣନ୍ତୁ କେଉଁ ଗୁଣକୁ ଝିଅମାନେ ସର୍ବଦା ଲୁଚାଇଥାନ୍ତି

globalmedicalco
0 62

ଝିଅଙ୍କ ମଧ୍ୟରେ ଏମିତି ଅନେକ ଗୁଣ ଥାଏ, ଯାହାକୁ ସେମାନେ ଲୁଚାଇ ଥାଆନ୍ତି । ଏହି ଗୁଣ ଦ୍ୱାରା ପୁଅମାନେ ତାଙ୍କ ଆଡ଼କୁ ଆକର୍ଷିତ ହେଉଥିଲେ ମଧ୍ୟ ଝିଅମାନେ ସହଜରେ ସେହି ଗୁଣକୁ କାହା ସାମ୍ନାରେ ଦେଖାନ୍ତି ନାହିଁ । ଏ ବିଷୟରେ ଜାଣିବା ପରେ ସେ ୬ଟି ଗୁଣ କ’ଣ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ । ତେବେ ଆସନ୍ତୁ ଜାଣିବା ଝିଅମାନଙ୍କର ସେହି ୬ଟି ଗୁଣ ବିଷୟରେଟ୍ଟ

  • ଝିଅମାନେ ପୁଅମାନଙ୍କଠାରୁ ସାଧାରଣ ଭାବେ ଅଧିକ ରୋମାଣ୍ଟିକ ହୋଇଥାଆନ୍ତି । ସବୁ ଝିଅଙ୍କ ମଧ୍ୟରେ ରୋମାନ୍ସ କରିବାର ଇଚ୍ଛା ଥାଏ । କିନ୍ତୁ ସେମାନେ ଏ ବିଷୟରେ କାହା ସହ ଆଲୋଚନା ନ କରିବା ସହ କାହା ସାମ୍ନାରେ ଏ ଗୁଣକୁ ପରି ପ୍ରକାଶ କରନ୍ତି ନାହିଁ ।
  • ପଇସା ବଞ୍ଚାଇବାର ଗୁଣ ସବୁ ଝିଅଙ୍କ ମଧ୍ୟରେ ଥାଏ । ନିଜ ପକେଟରୁ କମ ପଇସା ଖର୍ଚ୍ଚ କରୁଥିବା ବେଳେ ପ୍ରେମିକ ବା ସ୍ୱାମୀଙ୍କ ଟଙ୍କା ଖର୍ଚ୍ଚ କରିବାରେ ଝିଅମାନେ ଜମା ବି କୁଣ୍ଠାବୋଧ କରନ୍ତି ନାହିଁ ।
  • ଝିଅମାନେ ପାର୍ଟିକୁ ଯିବା ଏବଂ ବିଳମ୍ବିତ ରାତି ପର୍ୟ୍ୟନ୍ତ ସାଙ୍ଗମାନଙ୍କ ସହ ମଜା କରିବାକୁ ବହୁତ ପସନ୍ଦ କରିଥାଆନ୍ତି । କିନ୍ତ ପରିବାର ତରଫରୁ ଏ ସବୁ କରିବା ପାଇଁ ମନା କରାଯାଉଥିବାରୁ, ସେମାନେ ଏପରି କରିବା ପସନ୍ଦ କରନ୍ତି ନାହିଁ ବୋଲି ସମସ୍ତଙ୍କୁ କହି ଥାଆନ୍ତି ।
  • ସବୁ ଝିଅମାନେ ଝାନ୍ସିର ରାଣୀଠାରୁ କମ ହୋଇ ନ ଥାନ୍ତି । ସେମାନେ ଚାହିଁଲେ କିଛି ସମୟ ମଧ୍ୟରେ ଜଣେ ଲୋକଙ୍କ ବୁଦ୍ଧିକୁ ଠିକ୍‌ କରି ପାରନ୍ତି । କିନ୍ତୁ ସେମାନେ ଏହା ଏଥି ପାଇଁ କରନ୍ତି ନାହିଁ, କାରଣ ତାଙ୍କ ସାଥୀ ତାଙ୍କୁ ବଞ୍ଚାଇବା ପାଇଁ କିଛି କରୁ ବୋଲି ସେମାନେ ଚାହିଁଥାଆନ୍ତି ।
  • ସବୁ ଝିଅଙ୍କ ମଧ୍ୟରେ ଛୋଟ ଛୁଆମାନଙ୍କ ପାଇଁ ଭଲପାଇବା ରହିଥାଏ । କିନ୍ତୁ ସେମାନେ ଏହା କାହାକୁ ଦେଖାନ୍ତି ନାହିଁ । ତାଙ୍କର ଛୁଆମାନଙ୍କ ପ୍ରତି ଭଲ ପାଇବା ଦେଖି କେହି ତାଙ୍କୁ ଆଣ୍ଟି ଯେମିତି ନ କହୁ ସେଥିପାଇଁ ସେମାନେ ଏପରି କରିଥାଆନ୍ତି ।
  • ଝିଅମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ଅଧିକ ପସନ୍ଦ ବୋଲି ଆପଣମାନେ ଶୁଣିଥିବେ ନିଶ୍ଚୟ । କିନ୍ତୁ ସେମାନେ ନିଜର ପ୍ରଶଂସା ଶୁଣିବା ସହ ଅନ୍ୟକୁ ପ୍ରଶଂସା କରିବାକୁ ମଧ୍ୟ ଚାହିଁ ଥାଆନ୍ତି । ଏପରି କଲେ କାଳେ ସେ ପସନ୍ଦ କରୁଥିବା ପୁଅଟି ତାଙ୍କ ସାମ୍ନାରେ ନିଜକୁ ବଡ଼ ଭାବିବ, ସେଥିପାଇଁ ସେମାନେ ଏହା କରନ୍ତି ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More