Only for Entertainment

ଏହି ୫ ଅଭିନେତା କରିଛନ୍ତି ସବୁଠାରୁ ଅଧିକ ଧର୍ଷଣ, କିନ୍ତୁ କାହାରି ବିରୋଧରେ ହୋଇନାହିଁ ଗୋଟିଏ ବି ଅଭିଯୋଗ

Bollyworm
0 74

୭୦ ଏବଂ ୮୦ ଦଶକରେ ଅଧିକାଂଶ ଫିଲ୍ମରେ ଧର୍ଷଣ ଦୃଶ୍ୟ ଦେଖିବାକୁ ମିଳୁଥିଲା । ଏହି ଦୃଶ୍ୟ ଗୁଡିକୁ ଫିଲ୍ମରେ ଦର୍ଶାଇ ନିର୍ଦ୍ଦେଶକ ମାନେ ଫିଲ୍ମକୁ ହିଟ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସମୟ ସହିତ ସମାଜିକ ଦାୟିତ୍ୱବୋଧକୁ ବୁଝି ବର୍ତ୍ତମାନ ନିର୍ଦ୍ଦେଶକମାନେ ଏପରି ଦୃଶ୍ୟକୁ ଦୂରେଇ ଦେଇଛନ୍ତି । ଆଜି ଆପଣଙ୍କୁ ଏପରି କିଛି ଖଳନାୟକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଧର୍ଷଣ ଦୃଶ୍ୟ କରିବା ପାଇଁ ପରିଚିତ । ଏପରିକି ସେମାନେ ବାସ୍ତବ ଜୀବନରେ ଯେପରି ହୁଅନ୍ତୁ ନା କାହିଁ କି ଲୋକମାନେ ତାଙ୍କୁ ସେମାନଙ୍କର ଫିଲ୍ମ ଚରିତ୍ର ରୂପେ ହିଁ ଜାଣିଥିଲେ ।

Capture

ପ୍ରେମ ଚୋପଡା
ହିନ୍ଦୀ ସିନେମା ଜଗତର ମହାନ ଅଭିନେତା ପ୍ରେମ ଚୋପଡା ତାଙ୍କ କ୍ୟାରିୟରରେ ପ୍ରାୟ ୩୨୦ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ସେ ୨୫୦ରୁ ଅଧିକ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି । ସବୁଠାରୁ ଅଧିକ ଧର୍ଷଣ କରିବାର ରେକର୍ଡ ପ୍ରେମ ଚୋପଡାଙ୍କ ନାମରେ ରହିଛି । ଏମିତି ବି ସମୟ ଥିଲା ଯେଉଁଥିରେ ନିର୍ଦ୍ଦେଶକମାନେ ଧର୍ଷଣ ଦୃଶ୍ୟର ଡିମାଣ୍ଡକୁ ଦେଖି ତାଙ୍କୁ କାଷ୍ଟ କରାଯାଉଥିଲା ।

ରଂଜିତ
ବଲିଉଡରେ ଖଳନାୟକ ଭାବେ ପରିଚୟ ସୃଷ୍ଟି କରିଥିବା ରଂଜିତ ଫିଲ୍ମରେ ଧର୍ଷଣକାରୀ ଦୃଶ୍ୟ ପାଇଁ ପରିଚିତ ଥିଲେ । ରଂଜିତ ୧୫୦ରୁ ଉଦ୍ଧ୍ୱର୍ ଫିଲ୍ମରେ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି । ଏପରି ଦୃଶ୍ୟ ପାଇଁ ତାଙ୍କ ଏକ ଖରାପ ଛବି ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା ସେଥିପାଇଁ ରଂଜିତ ଯେଉଁ ସ୍ଥାନକୁ ଯାଉଥିଲେ ସେତେବେଳେ ମହିଳାମାନଙ୍କୁ ସେଠାକୁ ଯିବା ପାଇଁ ବାରଣ କରାଯାଉଥିଲା ।

ଡ୍ୟାନି ଡେଜୋଙ୍ଗପା
ଡ୍ୟାନି ଡେଜୋଙ୍ଗପା ନିଜ ଫିଲ୍ମ କ୍ୟାରିୟରରେ ୧୧୦ରୁ ଅଧିକ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି । ଏପରି ବି ସମୟ ଥିଲା ଯେତେବେଳେ ଡ୍ୟାନି, ରଂଜିତ ଏବଂ ପ୍ରେମ ଚୋପଡା ମିଳିତ ଭାବେ ଏପରି ଦୃଶ୍ୟରେ ନଜର ଆସିଥିଲେ ।

ଶକ୍ତି କପୁର
ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ମହାନ ଅଭିନେତା ଶକ୍ତି କପୁର ଲୋକମାନଙ୍କର ପସନ୍ଦର ଖଳନାୟକ ମଧ୍ୟରୁ ଏକ । ସେ ତାଙ୍କ କ୍ୟାରିୟରରେ ୪୦୦ରୁ ଅଧିକ ଫିଲ୍ମ କରିଛନ୍ତି ସେଥିମଧ୍ୟରୁ ସେ ୮୦ରୁ ଅଧିକ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି । ଏପରି ଏକ ଦୃଶ୍ୟ ପାଇଁ ଥରେ ତାଙ୍କ ମା ତାଙ୍କୁ ଚାପୁଡା ମଧ୍ୟ ମାରିଥିଲେ ।

ଗୁଲଶନ ଗ୍ରୋବର
ବଲିଉଡର ‘ବ୍ୟାଡମ୍ୟାନ’ ଗୁଲଶନ ଗ୍ରୋବରଙ୍କୁ ଖଲମାୟକ ଭୂମିକାରେ ଅଭିନୟ କରିବା ପାଇଁ ମଜା ଲାଗିଥାଏ । ଏଥିପାଇଁ ସେ ଅଧିକାଂଶ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ସେ ତାଙ୍କ କ୍ୟାରିୟରରେ ୨୨ରୁ ଅଧିକ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More