Only for Entertainment

ରାଶି ଅନୁସାରେ ଏହି ୫ କପଲ୍ସଙ୍କ ମଧ୍ୟରେ ଶୀଘ୍ର ହୋଇଥାଏ ବ୍ରେକଅପ !

google
294

ପ୍ରେମରେ ପଡିବା ପୂର୍ବରୁ କେହି ରାଶି ବିଷୟରେ ଚିନ୍ତା କରନ୍ତି ନାହିଁ । କିନ୍ତୁ ସମ୍ପର୍କକୁ ଆଗକୁ ବଢାଇବା ଏବଂ ସମ୍ପର୍କକୁ ଝଗଡାରୁ ବଂଚାଇବା ପାଇଁ ଆପଣ ରାଶି ଉପରେ କିଛି ମାତ୍ରାରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିଙ୍କ ମଧ୍ୟରେ ସମ୍ପର୍କ ବେଶୀ ଦିନ ତିଷ୍ଟି ରହିପାରେ ନାହିଁ ।

ମେଷ ରାଶି- କର୍କଟ ରାଶି
ମେଷ ରାଶି ଲୋକେ ଖୁବ କେୟାରିଂ ଥାନ୍ତି । ଅନ୍ୟପକ୍ଷରେ କର୍କଟ ରାଶିର ଲୋକେ କେବଳ ନିଜ ବିଷୟରେ ଭାବିଥାନ୍ତି । ଏହି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ରୁହେ ନାହିଁ ଫଳରେ ସମ୍ପର୍କ ଶୀଘ୍ର ଭାଙ୍ଗି ଯାଏ ।

ବୃଷ ରାଶି- ସିଂହ ରାଶି
ଏହି ଦୁଇ ରାଶିର ଲୋକ ଆବଶ୍ୟକ ଠାରୁ ଅଧିକ ରାଗି ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ସମ୍ପର୍କ ମଧ୍ୟରେ ଅହଁଙ୍କାର ଏବଂ ଜିଦିପଣ ଆସିଥାଏ । ଏହା ଫଳରେ କେହି ବି କାହାକୁ ବୁଝାଇବା ପାଇଁ ଚେଷ୍ଟା କରନ୍ତି ନାହିଁ ଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ମିଥୁନ ରାଶି-କନ୍ୟା ରାଶି
କନ୍ୟା ରାଶି ଏବଂ ମିଥୁନ ରାଶିର ପର୍ସନାଲିଟି ପରସ୍ପର ଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ । କନ୍ୟା ରାଶିର ଲୋକେ ପ୍ରତ୍ୟେକ ଜିନିଷ ନିଜ ମୁତାବକ ଚାହିଁଥାନ୍ତି । ଅନ୍ୟପକ୍ଷରେ ମିଥୁନ ରାଶିର ଲୋକଙ୍କୁ ନିଜ ଜୀବନରେ ସ୍ୱାଧୀନ ଖୁବ ପସନ୍ଦ । ସେଥିପାଇଁ ଦୁହିଁଙ୍କ ମଧ୍ୟରେ ତାଳମେଳ ଠିକ ରୁହେ ନାହିଁ ଓ ପରସ୍ପର ଟାରୁ ଶୀଘ୍ର ଅଲଗା ହୋଇଯାଆନ୍ତି ।

କର୍କଟ ରାଶି-ତୁଳା ରାଶି
କର୍କଟ ରାଶିର ବ୍ୟକ୍ତିଙ୍କୁ ଯତ୍ନ ନେବା ପସନ୍ଦ । କିନ୍ତୁ ତୁଳା ରାଶିର ଲୋକେ ଏହାକୁ ବୁଝି ପାରନ୍ତି ନାହିଁ ଫଳରେ ସମ୍ପର୍କ ବେଶୀ ଦିନ ତିଷ୍ଟି ରହିପାରେ ନାହିଁ ।

ମକର ରାଶି- ତୁଳା ରାଶି
ମକର ରାଶି ର ବ୍ୟକ୍ତିଙ୍କୁ ଫାଲତୁ କଥା କରିବା ପସନ୍ଦ ନୁହେଁ । ଅନ୍ୟପକ୍ଷରେ ତୁଳା ରାଶି ବ୍ୟକ୍ତି ପ୍ରତ୍ୟେକ ସମୟର ଆନନ୍ଦ ଉଠାଇଥାନ୍ତି । ଏହି ଦୁଇ ରାଶିର ବ୍ୟକ୍ତି ସମ୍ପର୍କ ତୁଲାଇବା କଷ୍ଟକର ହୋଇପଡେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More