Only for Entertainment

ଗାଧୋଇବା ପାଣିରେ ଏହି ଜିନିଷ ମିଶାଇଲେ ଦୂର ହୋଇଥାଏ ଦୁର୍ଭାଗ୍ୟ

Healthstasy
55

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି କିଛି ଜିନିଷ ଅଛି ଯାହାକୁ ଗାଧୋଇବା ପାଣିରେ ମିଶାଇ ଗାଧୋଇଲେ ଦୁର୍ଭାଗ୍ୟ ସୁବୁଦିନ ପାଇଁ ଆପଣଙ୍କ ପିଛା ଛାଡ଼ି ଚାଲିଯିବ। ତେବେ ଚାଲନ୍ତୁ ଜାଣିବା, ପାଣିରେ କେଉଁ ଜିନିଷ ମିଶାଇ ସ୍ନାନ କଲେ ଦୁର୍ଭାଗ୍ୟ ଦୂର ହୁଏ –

ଚନ୍ଦନ :
ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ କିଛି ଚନ୍ଦନ ପକାଇ ସାରାରାତି ରଖି ଦିଅନ୍ତୁ । ସକାଳେ ଗୋଧୋଇବା ପାଣିରେ ଏହି ଚନ୍ଦନ ପାଣିକୁ ମିଶାଇ ସ୍ନାନ କରନ୍ତୁ। ଏପରି କଲେ ପବିତ୍ରତା ବଢିବା ସହ ଦୁର୍ଭାଗ୍ୟ ଦୂର ହୋଇଥାଏ।

ହଳଦୀ :
ପାଣିରେ କିଛି ହଳଦୀ ମିଶାଇ ସ୍ନାନ କରନ୍ତୁ।ଏପରି କରିବା ଦ୍ବାରା ଗୁରୁ ଗ୍ରହ ଦୋଷ ଦୂର ହୋଇଥାଏ। ଏଥିସହିତ ତ୍ବଚା ସମ୍ବନ୍ଧୀୟ ରୋଗ ମଧ୍ୟ ଭଲ ହୋଇଯାଏ।

କର୍ପୁର :
ସେହିପରି ଗାଧୋଇବା ପାଣିରେ ୨-୩ ଟା କର୍ପୁର ମିଶାଇ ଗାଧୋଇବାକୁ ବହୁତ ଶୁଭ ବୋଲି କୁହାଯାଏ। କର୍ପୁର ବାସ୍ନାରେ ଆଖପାଖର ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସକରାତ୍ମକ ଶକ୍ତି ବିରାଜମାନ କରିଥାଏ ।

ଗଙ୍ଗାଜଳ :
ସେହିପରି ଗାଧୋଇବା ପାଣିରେ ଗଙ୍ଗାଜଳ ମିଶାଇ ଗାଧୋଇବା ଗଙ୍ଗା ନଦୀରେ ଗାଧୋଇବା ସହ ସମାନ ହୋଇଥାଏ।

ଲୁଣ :
କୁହାଯାଏ ଲୁଣରେ ନକରାତ୍ମକତା ଗ୍ରହଣ କରିବାର ଶକ୍ତି ଥାଏ । ତେଣୁ ଗାଧୋଇବା ପାଣିରେ ଅଳ୍ପ କିଛି ଲୁଣ ମିଶାଇ ଗାଧୋଇବା ଦ୍ବାରା ଆଖପାଖରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ଏହା ଚର୍ମ ପାଇଁ ମଧ୍ୟ ଭଲ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More