Only for Entertainment

ବାସ୍ତୁ ଅନୁସାରେ ଘରୁ ବାହାରିବା ସମୟରେ ଏହି ସମସ୍ତ କାର୍ଯ୍ୟ କରନ୍ତୁ, ମିିଳିବ ଅନେକ ସୁଫଳ !

39

ଘରୁ ବାହାରିବା ସମୟରେ ଦିନଟି ଭଲରେ କଟୁ, ଏହି ଆଶା ସମସ୍ତଙ୍କର ଥାଏ। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ କିଛି ନିର୍ଦ୍ଦିଷ୍ଟ ନୀତିନିୟମ ମାନି ଘରୁ ଯାତ୍ରା କରିବେ ତେବେ ଆପଣଙ୍କୁ ସଫଳତା ମିଳିପାରେ।

ତେବେ ଆସନ୍ତୁ ସେ ସବୁ ନୀତିନିୟମ ବିଷୟରେ ଜାଣିବା।

– ସେହିପରି ଘରୁ ବାହାରିବା ପୂର୍ବରୁ ନିଜ ଗୋଡ଼ ଓ ହାତ ପ୍ରଥମେ ବାହାରକୁ ବାହାର କରି ସିଧା ପ୍ରସାରଣ କରନ୍ତୁ। କୁହାଯାଏ କି ଏମିତି କରିବା ଦ୍ୱାରା ଶୁଭ ସଙ୍କେତ ମିଳିଥାଏ।

– ଘରୁ ବାହାରିବା ସମୟରେ କାହାରି ନିନ୍ଦା କରିବା ଉଚିତ୍‌ ନୁହେଁ। ନଚେତ ସଫଳ ହେବାକୁ ଥିବା କାମ ବିଗିଡ଼ି ଯିବ।

– ଯଦି କିଛି ଭଲ କାମ ପାଇଁ ଘରୁ ବାହାରୁଛନ୍ତି ତେବେ ସର୍ବ ପ୍ରଥମେ ନିଜ ଇଷ୍ଟ ଦେବୀଙ୍କୁ ସନ୍ତୁଷ୍ଟ କରନ୍ତୁ। କାହିଁକିନା କଥାରେ ଅଛି, ଭଗବାନଙ୍କ ଆଶୀର୍ବାଦ ବିନା କୌଣସି କାମ ସଫଳ ହୁଏ ନାହିଁ। ତେଣୁ ଶୁଭକାମ ପାଇଁ ଭଗବାନଙ୍କୁ ଆଶୀର୍ବାଦ ନେଇ ଯାଆନ୍ତୁ। ଘରୁ ବାହାରିଲା ବେଳେ ମନରେ ସକାରାତ୍ମକ ମନୋଭାବ ରଖନ୍ତୁ। ଏମିତି କରିବା ଦ୍ୱାରା କାମରେ ସଫଳତା ମିଳିଥାଏ।

– ଘରୁ ବାହାରିବା ସମୟରେ ଦହି କିମ୍ବା ଗୁଡ଼ ଖାଇ ଘରୁ ବାହାରକୁ ବାହାରନ୍ତୁ। ଶୁଭ ଫଳ ପ୍ରାପ୍ତି ହୋଇଥାଏ।

-ଘରୁ ବାହାରିବା ପୂର୍ବରୁ ବାପା ମା’ ଓ ଆପଣ ଯେଉଁଠି ରହୁଛନ୍ତି ସେଠାରେ ଥିବା ଦେବତାଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ। ଏମିତି କରିବା ଦ୍ୱାରା ଦିନ ଭଲରେ କଟିବା ସହ କାମରେ ସଫଳତା ମିଳିଥାଏ।

– ଖାଲି ପେଟ ଅର୍ଥାତ୍‌ କିଛି ଖାଦ୍ୟ ନ ଖାଇ ବାହାରକୁ ବାହାରିବା ଉଚିତ୍‌ ନୁହେଁ। ଏପରି କଲେ ହେବାକୁ ଥିବା କାମ ବିଗିଡ଼ିଯାଏ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More