Only for Entertainment

ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ସମସ୍ତ ଜିନିଷ , ନହେଲେ ହେବ ଅଶୁଭ !

youtube
0 42

କୁହାଯାଏ ଯଦି ଦିନର ଆରମ୍ଭ ଭଲରେ ହୋଇବ, ତେବେ ପୂରା ଦିନ ଭଲରେ କଟିବ । ଯେତେବେଳେ ଆମର କିଛି କାମ ଖରାପ ହୋଇଥାଏ, ଅର୍ଥାତ୍ କାମଟି ସଫଳ ହୋଇ ପାରେନି, ସେତେବେଳେ ଆମେ ସାଧାରଣତଃ କହିଥାଉ, ସକାଳୁ ଉଠି ଆଜି କାହା ମୁହଁ ଚାହିଁଛୁ କେଜାଣି । ଆଜି ଆମେ ଆପଣଙ୍କୁ କହିବୁ ସକାଳୁ ଉଠି କେଉଁ ସବୁ ଜିନିଷ ଦେଖିବା ଫଳରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

କେତେକ ଲୋକ ବିଶେଷ କରି ମହିଳାମାନେ ସକାଳୁ ଉଠି ନିଜ ଚେହେରା ଆଇନାରେ ଦେଖିଥାନ୍ତି । ଏପରି କରିବା ଅଶୁଭ ହୋଇଥାଏ । ଏହା ପରିବର୍ତ୍ତେ ସକାଳୁ ଉଠି ଦୁଇ ହାତର ପାପୁଲିକୁ ଯୋଡି ଭଗବାନଙ୍କୁ ସ୍ମରଣ କରିବା ଉଚିତ୍ । ଯାହାଦ୍ୱାରା ଆପଣଙ୍କ ପୂରା ଦିନ ଶୁଭ ହୋଇଥାଏ ।

ସକାଳୁ ଉଠି ନିଜର ହେଉ ଅବା ପରର ଛାଇ ଦେଖିବା ଶୁଭ ନୁହେଁ, କୁହାଯାଏ ଛାଇ ଦେଖିବା ଦ୍ୱାରା ଅଶୁଭ ହୋଇଥାଏ । ଏହା ଦେଖିବାଦ୍ୱାରା ମନୁଷ୍ୟ ମଧ୍ୟରେ ଭୟ, ଦ୍ୱନ୍ଦ୍ୱ ଲାଗିରହେ । ଯାହାଫଳରେ କାମ ଖରାପ ହୋଇଥାଏ ।

ସକାଳୁ ସକାଳୁ ଆପଣ କୌଣସି କୁକୁରକୁ ଯଦି ଘର ବାହାରେ ଲଢେଇ କରୁଥିବାର ଦେଖନ୍ତି, ତେବେ ଏହାକୁ ଅଶୁଭ ବୋଲି ଧରାଯାଏ । ଏହାଛଡା ସକାଳୁ କୌଣସି ଜୀବଜନ୍ତୁଙ୍କ ଫଟୋ ମଧ୍ୟ ଦେଖିବା ଅନୁଚିତ୍ । ଏହାକୁ ଦେଖିବା ଫଳରେ ଦିନସାରା ବିଭିନ୍ନ ବିବାଦ ସମସ୍ୟା ଦେଇ ଆପଣ ଗତି କରିବେ । ଏଥିପାଇଁ କୁହାଯାଏ ନିଜ ଶୋଇବା ଘର କାନ୍ଥରେ କୌଣସି ଜୀବଜନ୍ତୁଙ୍କ ଫଟୋ ଲଗାଇବା ଠିକ ନୁହେଁ ।

ସକାଳୁ ଉଠି ତେଲ ଲାଗିଥିବା ବାସନ ଦେଖିବା ଦ୍ୱାରା ଆପଣଙ୍କର ପୂରା ଦିନ ଅଶୁଭ ହୋଇଥାଏ । ଏଣୁ ଯଥାସମ୍ଭବ ରାତିରେ ଏସବୁ ସଫା କରିବା ଉଚିତ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More