Only for Entertainment

ଏଭଳି ଜଣେ ଦେଶଭକ୍ତ, ପିଠିରେ କରିଛନ୍ତି ୫୭୭ସହିଦଙ୍କ ନାଁରେ ଟାଟୁ !

navbharattimes
30

ଭଲ ପାଇବାକୁ ଜାହିର କରିବା ଲାଗି ସମସ୍ତେ ଭିନ୍ନ ଭିନ୍ନ ତରିକା ଖୋଜିଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ଯାହାଙ୍କର ଦେଶ ପାଇଁ ଅଗାଢ ପ୍ରେମ ରହିଛି । ସହିଦ ଜବାନଙ୍କ ବିଷୟରେ ଶୁଣିବା ଏବଂ ଶୁଣାଇବା ତାଙ୍କୁ ଖୁବ ପସନ୍ଦ । ଏହାସହ ଏହି ବ୍ୟକ୍ତି ଜଣକ ଜଣେ ଇଂଟେରିୟର ଡିଜାଇନର ଏବଂ ଲେଖକ ମଧ୍ୟ ଅଟନ୍ତି । ତାଙ୍କର ଦେଶ ପାଇଁ ଏତେ ଭକ୍ତି ଥିଲା ଯେ ଟାଟୁ କର୍ଣ୍ଣରରେ ଗୋଟେ ସପ୍ତାହରେ ଲଗାତାର ୬ଘଂଟା ବସି ଟାଟୁ କରିଥିଲେ । କାରଗିଲରେ ସହିଦ ହୋଇଥିବା ୫୭୭ଜବାନଙ୍କ ନାଁ ସହ ୫୮୫ଟାଟୁ ଏବଂ ଇଣ୍ଡିଆ ଗେଟ, ସହିଦ ସ୍ମାରକ ସେ ନିଜ ଶରୀରରେ ବନାଇଛନ୍ତି । ଏହି ଟାଟୁ କାରଣରୁ ତାଙ୍କୁ ଜ୍ୱର ହୋଇଥିବା ସତ୍ତେ୍ୱ ମଧ୍ୟ ସେ ଅଟକି ଯାଇ ନଥିଲେ ।

ଏହି ବ୍ୟକ୍ତିଙ୍କ ନାଁ ହେଉଛି ଅଭିଶେକ ଏବଂ ସେ ୟୁପିର ହାପୁଡରେ ରୁହନ୍ତି । ତାଙ୍କର ବୀର ଜବାନଙ୍କ ପାଇଁ ଏତେମାତ୍ରାରେ ଭଲ ପାଇବା ରହିଛି ଯେ ସେ ବାଇକ ଚଳାଇ ବହୁ ବହୁ ଦୂର ଯାଇ ଜବାନଙ୍କୁ ପରିବାରକୁ ମଧ୍ୟ ଭେଟ କରନ୍ତି । ଅଭିଶେକ କହିଛନ୍ତି ଯେ ଆଗରୁ ସେ ସହିଦଙ୍କ ଘର ଖୋଜି ଖୋଜି ଯାଉଥିଲେ ମାତ୍ର ଏବେ ତାଙ୍କୁ ପ୍ରତି ଜବାନଙ୍କ ଘରୁ ଘରୁ ନିମନ୍ତ୍ରଣ ଆସୁଛି । ଅଭିଶେକଙ୍କୁ ଏବେ ସ୍କୁଲ କଲେଜ ମଧ୍ୟ ଡକାଯାଉଛି, ଯେଉଁଠି ତାଙ୍କ ଭାଷଣରୁ ଲୋକ ଏବଂ ଛୁଆ ଦେଶଭକ୍ତି ଶିଖିବା ଲାଗି ସୁଯୋଗ ପାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More