Only for Entertainment

ଭାରତରେ ପ୍ରିୟଙ୍କା ଚୋପ୍ରାଙ୍କୁ ରିପ୍ଲେସ କରି ଏଂଟ୍ରି ନେଲେ ଏହି ନାୟିକା ।

India.com
0 40

ଗତ କିଛି ଦିନ ହେବ ସଲମାନ ଖାନ ଫିଲ୍ମ ଭାରତକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଠିକ ସମୟରେ ଫିଲ୍ମ ଛାଡ଼ିଛନ୍ତି । ସଲମାନଙ୍କ ଫିଲ୍ମରେ ପ୍ରିୟଙ୍କାଙ୍କ କାମ କରିବାକୁ ନେଇ ମନା କରିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପ୍ରିୟଙ୍କାଙ୍କ ମନା କରିବା ପରେ ନୂଆ ହିରୋଇନଙ୍କର ଖୋଜା ଚାଲିଥିଲା ।

ପ୍ରିୟଙ୍କାଙ୍କ ପରେ କ୍ୟାଟ୍ରିନା ଏବଂ ଜ୍ୟାକଲିନଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଏହାର କୌଣସି ଆଧିକାରୀକ ଘୋଷଣା କରାଯାଇ ନଥିଲା । ଏବେ ଫିଲମ୍ ନିର୍ମାତା ଏବଂ ନିର୍ଦ୍ଦେଶକ ଅଲି ଅବାସ ଜଫର ଭାରତ ପାଇଁ କ୍ୟାଟ୍ରିନାଙ୍କ ନାମରେ ଆଧିକାରୀକ ଘୋଷଣା କରି ସାରିଛନ୍ତି ।

ଟାଇଗର ଜିନ୍ଦା ହୈ ପରେ ଏବେ କ୍ୟାଟ୍ରିନା ସଲମାନଙ୍କ ସହିତ ଫିଲ୍ମ ଭାରତରେ ନଜର ଆସିବେ । ଅଲି କ୍ୟାଟଙ୍କ ନାମ ଘୋଷଣା କରି ଲେଖିଛନ୍ତିଯେ ମୁଁ ପୁଣିଥରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ସହିତ କାମ କରିବାକୁ ନେଇ ଖୁବ ଖୁସି ଅଛି । କ୍ୟାଟ୍ରିନା ଶାହାରୁଖଙ୍କ ସହିତ ଫିଲ୍ମ ଜିରୋରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More