Only for Entertainment

ଡାକ୍ତର ହାର ମାନିବା ପରେ ବି ହାରି ନଥିଲେ ଯୁବକ, ବାହାର କଲେ ନିଜ ରୋଗର ସମାଧାନ

gomcgill
73

ଆମେରିକାର ଜଣେ ଛାତ୍ର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଖବର ଅନୁସାରେ ଏହି କଲେଜ ପାସ ଆଉଟ ଛାତ୍ର ଜଣକ ୧୧ବର୍ଷ ଧରି ଖଟରେ ପଡି ରହିଥିଲେ । ତାଙ୍କର ଚିକିତ୍ସା ପାଇଁ ଡାକ୍ତରମାନେ ସବୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ସେମାନେ ହାର୍‍ ମାନିଯାଇଥିଲେ । ତେବେ ଜୀବନ ଲଢେଇରେ ହାର୍‍ ମାନିବାକୁ ପ୍ରସ୍ତୁତ ନଥିଲେ ଏହି ଛାତ୍ର ଡାଉ ଲିଣ୍ଡେସ୍‍ ।

ନିଜର ରୋଗ ସମ୍ପର୍କରେ ଜାଣିବା ପରେ ଲିଣ୍ଡେସ ଅଢେଇ ହଜାର ପୃଷ୍ଠାର ଏକ ବହି ପଢିଥିଲେ । ଆଉ ନିଜେ ନିଜ ରୋଗ ସମ୍ପର୍କରେ ଗବେଷଣା ଆରମ୍ଭ କରିଥିଲେ । ସେ ଜାଣିପାରିଥିଲେ ଯେ, ତାଙ୍କର ଏଡ୍ରିନଲ ଗ୍ଳାଣ୍ଡସ୍‍ରେ ଟ୍ୟୁମର ହୋଇଛି । ପରେ ସେ ନିଜ ବୈଜ୍ଞାନିକ ସାଙ୍ଗମାନଙ୍କ ସହଯୋଗରେ ନିଜର ଅପରେସନ୍‍ କରାଇଥିଲେ । ଆଉ ଏହା ପରେ ସେ ଖଟ ଛାଡି ଚଲାବୁଲା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଅଧିକ ଚଲାବୁଲା ନକରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଏବଂ ମୋଟିଭେସନାଲ କ୍ଳାସ୍‍ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More