Only for Entertainment

କମ୍ପାନୀର ଏହି ସର୍ତ୍ତ ମାନିଲେ ମିଳେ ମାଗଣା ପିଜ୍ଜା !

kitchen nine
42

ଅନେକ ସମୟରେ ଭିନ୍ନ ଭିନ୍ନ ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ନିଆରା ଅଫର ଦେଇଥାନ୍ତି । ଏପରି ଏକ ଅଫର ନେଇଆସିଛି ଆମେରିକାର ଦ’ କରି ପିଜା କମ୍ପାନୀ । ତେବେ କମ୍ପାନୀ ଦେଇଥିବା ସର୍ତ୍ତକୁ ମାନିଲେ ମିଳିବ ମାଗଣା ପିଜା । କାର୍ଲିଫର୍ଣ୍ଣିଆର ଏହି କମ୍ପାନୀ ତା’ର ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକମାନଙ୍କୁ ଖାଇବା ଟେବୁଲକୁ ଯିବା ପୂର୍ବରୁ ମୋବାଇଲ ରଖିବାକୁ ସର୍ତ୍ତ ରଖିଛି ।

ଯେଉଁ ଗ୍ରାହକ ରେଷ୍ଟୁରାଣ୍ଟରେ ମୋବାଇଲ (ସ୍ମାର୍ଟଫୋନ୍‍) ୨୪ ଘଣ୍ଟା ପାଇଁ ରଖିବେ ତାଙ୍କୁ ପରେ ଏକ ପିଜା ଦିଆଯିବ । ସେମାନେ ଚାହିଁଲେ ପିଜା ଖାଇପାରିବେ ନଚେତ୍‍ ଅନ୍ୟ କାହାକୁ ଦାନ କରିପାରିବେ । ଏହାପରେ ମଧ୍ୟ ଆଉ ଏକ ସର୍ତ୍ତ ରହିଛି ମାଗଣା ପିଜା ପାଇଁ ଆସିବାକୁ ହେଲେ ଜଣେ ଗ୍ରାହକଙ୍କୁ ଅତି କମରେ ୪ ଜଣ ଲୋକଙ୍କୁ ନେଇ ରେଷ୍ଟୁରାଣ୍ଟକୁ ଆସିବାକୁ ହେବ । ଏହି ଅଫର ସମ୍ପର୍କରେ  ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି ଯେ, ଆଜିକାଲି ଲୋକେ ପରସ୍ପର ମଧ୍ୟରେ କଥା ହେବାକୁ ସମୟ ପାଉନାହାଁନ୍ତି । ସେମାନେ ମୋବାଇଲ୍‍ ଫୋନରେ ଅଧିକ ସମୟ ବିନିଯୋଗ କରୁଛନ୍ତି । ତେଣୁ ମୋବାଇଲ ଠାରୁ ଦୂରେଇ ରଖିବା ପାଇଁ ଆମେ ଏଭଳି ଅଭିନବ ଯୋଜନା ଆରମ୍ଭ କରିଛୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More