Only for Entertainment

ଏଠାରେ ପରମ୍ପରା ନାମରେ ବୟସ୍କ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଅନ୍ତି ପରିବାର ଲୋକ !

americanbazaaronline
0 46

ଭାରତକୁ ପରମ୍ପରା ଓ ସଂସ୍କୃତିର ଦେଶ ବୋଲି କୁହାଯାଇଥାଏ । ହେଲେ ଏଠାରେ ଆଜି ମଧ୍ୟ ଏପରି କୁତ୍ସିତ ପରମ୍ପରା ରହିଛି ଯାହା ବାସ୍ତବରେ ଖୁବ ଆଶ୍ଚର୍ଯ୍ୟ ସୃଷ୍ଟି କରେ । ଏହିଭଳି ଏକ ପରମ୍ପରା ତାମିଲନାଡୁର ଦକ୍ଷିଣାଞ୍ଚଳରେ ଥିବା ଠଲାଇକୁଠଲରେ ଦେଖିବାକୁ ମିଳେ ।

ଏହି ଭୟଙ୍କର ପରମ୍ପରା ଅନୁସାରେ ପରିବାର ଲୋକେ ପରିବାରର ବୟସ୍କଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଇଥାନ୍ତି । ଏହି ଅବସରରେ ଗ୍ରାମର ସମସ୍ତ ଲୋକ ମଧ୍ୟ ଉପସ୍ଥିତ ରହିଥାନ୍ତି । ପୁଲିସକୁ ଲୁଚି ଲୋକେମାନେ ଏହି ପରମ୍ପରାର ପାଳନ କରିଥାନ୍ତି ।

village
ଯେତେବେଳେ ପରିବାରର ବୟସ୍କ ଲୋକ କାମ କରିବାରେ ଅସମର୍ଥ ହୁଅନ୍ତି ଏବଂ ପରିବାର ଉପରେ ବୋଝ ହୋଇଯାଆନ୍ତି ଫଳରେ ପରିବାର ଲୋକେ ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା କରିନପାରି ପରମ୍ପରା ନାମରେ ଏହି ପଦକ୍ଷେପ ନେଇଥାନ୍ତି । ବୟସ୍କଙ୍କୁ ମାରିବାର ପଦ୍ଧତି ମଧ୍ୟ ବେଶ ଭୟଙ୍କର । ସେମାନଙ୍କୁ ମାରିବା ପାଇଁ ମାଟିମିଶା ପାଣି ନିୟମିତ ପିଇବାକୁ ଦିଆଯାଇଥାଏ ।

village1
ଏଥିସହିତ ଗରମ ତେଲରେ ଗାଧୋଇବା ସହିତ ପଇଡ ପାଣି ପିଇବାକୁ ଦିଆଯାଏ । ଏହା ସହିତ ଥଣ୍ଡା ପାଣିରେ ମଧ୍ୟ ଗାଧୋଇବା ପାଇଁ ବାଧ୍ୟ କରାଯାଏ ଏବଂ ଏହାପରେ ତୁରନ୍ତ ଗରମ କ୍ଷୀର ପିଇବାକୁ ଦିଆଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More