Only for Entertainment

ବିଗବସ ପରେ ଏହି ଶୋ’ରେ ନଜର ଆସିବେ ଦୀପିକା କକ୍କର । ଜାଣନ୍ତୁ କେଉଁଭଳି ଚରିତ୍ର ରହିବ ।

mahanagartimes.com
45

ବିଗ ବସ ୧୨ର ବିଜୟିନୀ ଦୀପିକା କକ୍କର ଖୁବଶୀଘ୍ର ନୂଆ ପ୍ରୋଜେକ୍ଟ ସହିତ ପରଦାକୁ ଫେରିବେ । ସେ ସନ୍ଦୀପ ସିକନ୍ଦଙ୍କ କାଳ୍ପନିକ ଶୋ ମାଧ୍ୟମରେ ଦର୍ଶକଙ୍କ ମନୋରଂଜନ କରିବେ । ପରମ୍ପରାକୁ ନେଇ ଏହି ପ୍ରେମ କାହାଣୀ, ଯେଉଁଥିରେ ସେ କରଣ ଗ୍ରୋଭରଙ୍କ ସହିତ ନଜର ଆସିବେ । ମଜାଦାର କଥା ହେଉଛି ବିଗବସ ଘରକୁ ଯିବା ପୂର୍ବରୁ ସନ୍ଦୀପ ଦୀପିକାଙ୍କୁ ଏହି ଶୋ ପାଇଁ ଆପ୍ରୋଚ କରିଥିଲେ । କିନ୍ତୁ ବିଗବସ ଘରକୁ ଯିବାକୁ ଥିବାରୁ ଦୀପିକା ମନା କରି ଦେଇଥିଲେ ।

ଶୋ ଜିତିବା ପରେ ଦୀପିକା ସନ୍ଦୀପଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଷ୍ଟାରକାଷ୍ଟ ଠିକ ହୋଇ ସାରିଥିବ ଭାବିଲେ । ତେବେ ଯେମିତି ହେଉ ଦୁଇଜଣଙ୍କ ଯୋଗାଯୋଗ ହୋଇଥିଲା ଏବଂ ଦୁଇଜଣ ଏହି ପ୍ରକଳ୍ପରେ କାମ କରିବେ । ଏହି ବିଷୟରେ ଏବେ ଦୁଇଜଣଙ୍କ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More