Only for Entertainment

‘ଦିସ୍ ଇଜ୍ ମାୟାରେ ବାୟା’ ରେ ଦେଖିବାକୁ ମିଳିବ ଦୁଇ ଦୁଇଟି ନୂଆ ଯୋଡି, ରିଲିଜ ହେଲା ଫିଲ୍ମର ପୋଷ୍ଟର

facebook
56

ଏଥର ପୂଜାରେ ଆସୁଛି ଏକ ନୂଆ ଓଡିଆ ସିନେମା, ଯାହାର ଟାଇଟଲ ହେଲା ‘ଦିସ୍ ଇଜ୍ ସବୁ ମାୟାରେ ବାୟା’ । ଏହା ହେଉଛି ସାର୍ଥକ ଫିଲ୍ମସର ୨୮ତମ ଚଳଚ୍ଚିତ୍ର । ଏହି ସିନେମାରେ ଦର୍ଶକ ପ୍ରଥମଥର ଦୁଇଟି ନୂଆ ଯୋଡିଙ୍କୁ ଦେଖିବାକୁ ପାଇବେ । ଏମାନେ ସମସ୍ତେ ଓଲିଉଡରେ ବେଶ ଜଣାଶୁଣା ଆଉ ବହୁ ସିନେମାରେ ବି କାମ କରିସାରିଛନ୍ତି, ହେଲେ ପ୍ରଥମଥର ଲାଗି ନାୟକ-ନାୟିକା ଯୋଡି ଭାବେ ପରଦା ଉପରକୁ ଆସିବେ । ଏହି ସିନେମାରେ ଦୁଇ ଯୋଡି ଅଛନ୍ତି । ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର-ଝିଲିକ୍ ଏବଂ ସ୍ୱରାଜ-ଏଲିନା । ନିକଟରେ ଫିଲ୍ମର ଅଫିସିଆଲ ପୋଷ୍ଟର ମେକର୍ସ ରିଲିଜ କରିଛନ୍ତି । ଏହି ପୋଷ୍ଟରକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେସଖିବାକୁ ମିଳିଛି । ଏହି ଦୁଇ ନୂଆ ଯୋଡିଙ୍କୁ ଦର୍ଶକ କିପରି ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସୀତାରାମ ଅଗ୍ରୱାଲ ଏହାର ପ୍ରଯୋଜକ ଓ ସୁଶାନ୍ତ ମଣି ଏହାର ନିର୍ଦ୍ଦେଶକ । ଏହି ସିନେମା ଜରିଆରେ ସୁଶାନ୍ତ ମଣି ପୁଣି ସାର୍ଥକକୁ ଫେରିଛନ୍ତି । ଖାଲି ସୁଶାନ୍ତ ମଣି ନୁହଁନ୍ତି ବଂର ଲୋକପ୍ରିୟ ସଙ୍ଗୀତକାର ମଳୟ ମିଶ୍ର ବି ଏହି ବ୍ୟାନରକୁ ଫେରିଛନ୍ତି । ପ୍ରକାରନ୍ତରେ କହିବାକୁ ଗଲେ ସୁପରହିଟ୍ ସିନେମା ‘ଆଖିରେ ଆଖିରେ’ ପରେ ସୀତାରମ -ସୁଶାନ୍ତ ମଳୟ ଏକାଠି କାମ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More