Only for Entertainment

ଦୁନିଆର ସବୁଠାରୁ ଛୋଟ ଆଇଲ୍ୟାଣ୍ଡ, ଗୋଟିଏ ଘର ଏବଂ ଗୋଟିଏ ଗଛ ଯେତିକି ଜାଗା ।

Pinterest
0 44

ଦୁନିଆରେ ଅନେକ ସୁନ୍ଦର ଆଇଲ୍ୟାଣ୍ଡ ରହିଛି । କିନ୍ତୁ ଏପରି କିଛି ଆଇଲ୍ୟାଣ୍ଡ ରହିଛି ଯାହା ବିଷୟରେ ଅନେକ ଲୋକ ଜାଣିନଥିବେ । ତେବେ ଆଜି ଆମେ ଏପରି ଏକ ଆଇଲ୍ୟାଣ୍ଡ ବିଷୟରେ କହିବାକୁ ଯାଉଛୁ ଯାହା ଏତେ ଛୋଟ ଯେ ତାହାର ସାଇଜ୍ ଜାଣିଲେ ଆପଣ ମଧ୍ୟ ଆଶ୍ଟର୍ଯ୍ୟ ହୋଇଯିବେ ।

Thousand_Islands

ନ୍ୟୁୟର୍କର ଏଲେକଜେଣ୍ଡ୍ରିଆ ବୟ ପାଖରେ ଏକ ଆଇଲ୍ୟାଣ୍ଡ ରହିଛି ଯାହା ଦୁନିଆର ସବୁଠାରୁ ଛୋଟ ଆଇଲ୍ୟାଣ୍ଡ । ଏହି ଆଇଲ୍ୟାଣ୍ଡର ନାମ ହେଉଛି ‘ଜଷ୍ଟ ରୁମ ଏନଫ’ । ଏହି ଆଇଲ୍ୟାଣ୍ଡର ସାଇଜ ଟେନିସ କୋର୍ଟର ସାଇଜ୍ ପରି । ଏହି ଆଇଲ୍ୟାଣ୍ଡରେ କେବଳ ଗୋଟିଏ ଘର ଏବଂ ଗୋଟିଏ ଗଛ ରହିଛି । ଏହି ଆଇଲ୍ୟାଣ୍ଡର ସାଇଜ ହେଉଛି ମାତ୍ର ୩,୩୦୦ ସ୍କୋୟାର ଫୁଟ । ଦୁନିଆର ସବୁଠାରୁ ଛୋଟ ଆଇଲ୍ୟାଣ୍ଡର ହୋଇଥିବାରୁ ଏହାର ନାମ ଗନିଜ ବୁକର ରେକର୍ଡରେ ରହିଛି ।

hub-island1

କହିରଖୁଛୁ ଯେ ଏହି ଆଇଲ୍ୟାଣ୍ଡ ପ୍ରଥମେ ‘ହବ ଆଇଲ୍ୟାଣ୍ଡ’ ନାମରେ ପରିଚିତ ଥିଲା । କିନ୍ତୁ ୧୯୫୦ ରେ ଏହି ଆଇଲ୍ୟାଣ୍ଡକୁ ଏକ ପରିବାର କିଣି ନେଇଥିଲେ । ଏହା ପରେ ପରିବାର ଲୋକେ ଏଠାରେ ଏକ ଛୋଟ ଘର ଏବଂ ଏକ ଗଛ ଲଗାଇ ଦେଇଥିଲେ । ଏହା ପରେ ସେ ଏହାର ନାମକୁ ବଦଳାଇ ‘ଜଷ୍ଟ ରୁମ ଏନଫ’ ରଖିଥିଲେ ।

island

ଏହି ପରିବାର ଛୁଟି ବିତାଇବା ପାଇଁ ଏହି ଆଇଲ୍ୟାଣ୍ଡରେ ଘରଟିଏ ନିର୍ମାଣ କରିଥିଲେ । କିନ୍ତୁ ଧିରେ ଧିରେ ଏହି ଛୋଟ ଆଇଲ୍ୟାଣ୍ଡକୁ ଦେଖିବା ପାଇଁ ଏବେ ପର୍ଯ୍ୟଟକଙ୍କ ଭିଡ ଲାଗୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More