Only for Entertainment

ଧୂମପାନ କରୁଛନ୍ତି କି? ତେବେ ଏଭଳି ରଖନ୍ତୁ ଫୁସଫୁସର ସୁରକ୍ଷା !

18

ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍ ବା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାନ ଅନୁସାରେ, ପ୍ରାୟ ୫୦ ଲକ୍ଷ ଲୋକ ବର୍ଷକୁ ସିଗାରେଟ୍ ଟାଣି ଓ ତମାଖୁ ସେବନ କରି ପ୍ରାଣ ହରାଇଥା’ନ୍ତି। ଯଦି ଆପଣ ହିସାବ କରିବେ ତା’ହେଲେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ତମାଖୁ ଦ୍ୱାରା ପ୍ରାଣ ହରାଇଥା’ନ୍ତି, ଯଦି ତମାଖୁ ବନ୍ଦ କରାଯାଇ ଥାଆନ୍ତା ତା’ହେଲେ ଏମାନେ ବଞ୍ଚି ଥାଆନ୍ତେ। ସିଗାରେଟ୍ ସ୍ମୋକିଙ୍ଗ୍ ମଣିଷର ଲଙ୍ଗ୍ସକୁ ଖରାପ କରିଥାଏ, ଯଦି କେହି ୫ ବର୍ଷରୁ ଊର୍ଦ୍ଧ୍ୱ ସିଗାରେଟ ଟାଣୁଛି ତା’ହେଲେ ସେ ବ୍ରୋନ୍କାଇଟିସ୍ ଓ କାଶ ସମସ୍ୟାରେ ପଡ଼ିବାର ଅଧିକ ସମ୍ଭାବନା ରହିଥାଏ।

ପାନୀୟ ତିଆରି କରିବା ପାଇଁ କେଉଁ ସବୁ ସମାଗ୍ରୀ ଦରକାର: ସାମଗ୍ରୀ ଓ ପରିମାଣ

ପିଆଜ କଟା – ୪୦୦ ଗ୍ରାମ୍

ହଳଦୀଗୁଣ୍ଡ – ୨ ଚା ଚାମଚ

ବ୍ରାଉନ୍ ସୁଗାର୍ – ୪୦୦ ଗ୍ରାମ୍

ଅଦା – ଛୋଟ ଖଣ୍ଡେ ଅଦା

କେମିତି ତିଆରି କରିବେ ପାନୀୟ : 

• ଏକ ବଡ଼ ବାସନରେ ପାଣି ନିଅନ୍ତୁ

• ବ୍ରାଉନ୍ ସୁଗାର୍ ମିଶାଇ ଏହାକୁ ଗରମ କରନ୍ତୁ

• ଏହା ପରେ ଅଦା ଓ କଟା ପିଆଜକୁ ମିଶାନ୍ତୁ

• ବର୍ତ୍ତମାନ କୋରା ହୋଇଥିବା ଅଦା ଓ ହଳଦୀକୁ ମିଶାନ୍ତୁ

• ସବୁ ଜିନିଷ ମିଶାଇ ସାରିବା ପରେ ଫୁଟୁଥିବା ପାନୀୟର ତାପମାତ୍ରାକୁ କମ୍ କରନ୍ତୁ

• ଫୁଟି ସାରିବା ପରେ ଥଣ୍ଡା କରନ୍ତୁ ଓ ଫ୍ରିଜରେ ରଖି ଦିଅନ୍ତୁ

କେମିତି କରିବେ ବ୍ୟବହାର:

ସକାଳେ ଜଳଖିଆ ଖାଇବା ପୂର୍ବରୁ ଓ ରାତ୍ର ଭୋଜନର ୨ ଘଣ୍ଟା ପରେ ଖାଆନ୍ତୁ। ଭଲ ପରିଣାମ ପାଇଁ ଏହା ସହ ଅନ୍ୟ ପ୍ରୟାସ ମଧ୍ୟ କରିପାରିବେ – ଗରମ ପାଣିରେ ଗାଧନ୍ତୁ କିନ୍ତୁ ୨୦ ମିନିଟ୍ରୁ ଉର୍ଦ୍ଧ୍ୱ ସମୟ ଗାଧନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଲଙ୍ଗ୍ସକୁ ଶ୍ୱାସ ନେବାରେ ସହାୟତା କରିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More