Only for Entertainment

ଟଏଲେଟ ନିର୍ମାଣ ନ କରିବାରୁ ବାପାଙ୍କ ନାମରେ ଅଭିଯୋଗ କରିବା ପାଇଁ ଥାନାରେ ପହଁଞ୍ଚିଲା ୭ ବର୍ଷର ଝିଅ ।

IndiaToday
24

ବୟସ୍କଙ୍କ କଥାକୁ ଛୋଟ ପିଲାମାନେ କେତେ ଯେ, ଗୁରୁତ୍ୱ ଦିଅନ୍ତି ତାହାର ଏକ ଉଦାହରଣ ଚେନ୍ନାଇର ଅମ୍ବୁରରେ ଦେଖିବାକୁ ମିଳିଛି । ଏଠାକାର ଏକ ସାତ ବର୍ଷର ଝିଅ ହନିଫ ଜାରା ନିଜ ବାପାଙ୍କ ନାରେ ଅଭିଯୋଗ ପାଇଁ ଥାନାରେ ଯାଇ ପହଞ୍ଚିଥିଲା । ଏହି ଅଭିଯୋଗ କୌଣସି ପ୍ରକାରର ହିଂସା ଆଚରଣ, ମାରପିଟ ପାଇଁ ନୁହେଁ ବରଂ ଥିଲା ବାପାଙ୍କ ମିଛ ପ୍ରତିଶ୍ରୁତି ପାଇଁ ।

ଜାରା ପୁଲିସରେ ଅଭିଯୋଗ ଆଣିଥିଲା ଯେ, ତାଙ୍କ ବାପା ପ୍ରତିଶ୍ରୃତି ଦେଇଥିଲେ ସେ ଯେତେବେଳେ ପ୍ରଥମ କ୍ଲାସକୁ ଯିବ ଏବଂ ଭଲ ପାଠ ପଢିବ ସେତେବେଳେ ଘରେ ସେ ଏକ ଟଏଲେଟ ବନାଇ ଦେବେ । ୨ ବର୍ଷ ବିତିଗଲା ପରେ ମଧ୍ୟ ବାପା ଘରେ ଟଏଲେଟ ବନାଇଲେ ନାହିଁ । ଯେଉଁ କାରଣରୁ ତାଙ୍କୁ ବାହାରକୁ ଯିବାକୁ ପଡ଼ୁଛି ଓ ଅପମାନ ସହିବାକୁ ପଡ଼ୁଛି ।

Zara_

ଏହି ଅଭିଯୋଗ ପାଇବା ପରେ ପୁଲିସ ବଡ଼ ଚିନ୍ତାରେ ପଡ଼ିଯାଇଥିଲା । ଜାରା ସାଙ୍ଗେ ଥାନାକୁ ଯାଇଥିବା ତାଙ୍କ ମା’ କହିଥିଲେ ଯେ, ତିନି ଦିନ ଧରି ଝିଅ କିଛି ନ ଖାଇବାରୁ, ଜିଦ୍‍ ଧରିବାରୁ ବାଧ୍ୟରେ ମୁଁ ତା’ ସହ ଥାନାକୁ ଆସିଛି । ଘରର ଆର୍ଥିକ ସ୍ଥିତି ଠିକ୍‍ ନଥିବାରୁ ଆମେ ପାଇଖାନାଟିଏ କରିପାରୁ ନାହୁଁ । ପରେ ପୁଲିସ ଜଣେ ବିଭାଗୀୟ ଅଧିକାରୀଙ୍କୁ ଥାନାକୁ ଡକାଇ ଏ ସମ୍ପର୍କରେ ସୂଚନା ଦେବା ପରେ ଏହି ଅଧିକାରୀ ଜଣକ ଉକ୍ତ ଝିଅର ଘରେ ସରକାରଙ୍କ ତରଫରୁ ଟଏଲେଟ ବନାଇବାର ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପରେ ଥାନାରୁ ଫେରିଥିଲା ଜାରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More