Only for Entertainment

ପ୍ରୋଫେସନାଲ ଲାଇଫର ଏହି ଛୋଟ ପରିବର୍ତ୍ତନ ବଦଳାଇଦେବ ଆପଣଙ୍କ ଆମଦାନୀ ।

BookMyFlowers
43

ଜୀବନରେ ଆପଣ ନିହାତି ଭାବରେ ଉନ୍ନତି ଚାହୁଁଥିବେ । ସମାଜରେ ସମସ୍କନ୍ଧ ହୋଇ ସମ୍ମାନର ସହିତ ବଂଚିବାକୁ ଚାହୁଁଥିବେ । କିନ୍ତୁ କିଛି ବାଧାବିଘ୍ନ ହେତୁ ଆପଣଙ୍କର ଆଶା ପୂରଣ ହୋଇପାରୁନଥିବ । ତେବେ ଏହି ସବୁ ଘଟଣା କେବଳ ବ୍ୟକ୍ତିଗତ ଜୀବନ ନୁହେଁ ବରଂ କର୍ମସ୍ଥଳରେ ମଧ୍ୟ ହୋଇଥାଏ ବା କର୍ମମୟ ଜୀବନକୁ ନେଇ ହୋଇଥାଏ । ତେବେ ଏହି ସବୁରେ କେତେକ ପରିବର୍ତ୍ତନ ଆସିପାରିବ, ଯଦି ଆପଣ ଆପଣଙ୍କ ପ୍ରଫେସନାଲ ଜୀବନରେ କିଛି ପରିବର୍ତ୍ତନ ଆଣନ୍ତି । ଆସନ୍ତୁ ଆଲୋଚନା କରିବା ।

ଗଛର ବ୍ୟବହାର:
ଗଛ କେଉଁଭଳି ଏବଂ କ’ଣ ହେବା ଉଚିତ ଏହା ଉପରେ ନଜର ଦିଅନ୍ତୁ । କୁହାଯାଏଯେ ଏଭଳି କିଛି ଇଣ୍ଡୋର ପ୍ଲାଂଟ ରହିଛି ଯାହାକୁ ଘର କିମ୍ବା ଅଫିସରେ ଲଗାଯାଇ ପାରିବ । ଏହାଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଆଜିକାଲି ଏହି ଟ୍ରେଣ୍ଡ ମଧ୍ୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳୁଛି । ତେବେ ଆପଣ ଯଦି ସେହିଭଳି କିଛି ଇଛା ରଖିଛନ୍ତି ତେବେ ଏଣୁ ତେଣୁ ଗଛ ନଲଗାଇ ଲକି ପ୍ଲାଂଟ ଲଗାନ୍ତୁ । ଯାହା ଦ୍ୱାରା ଭାଗ୍ୟ ଚମକିବ ।

କୁହାଯାଏ ବାଉଁଶ ଗଛ ରଖିବା ଦ୍ୱାରା ଭାଗ୍ୟ ଚମକିଥାଏ ଏବଂ ଟଙ୍କା ଆସିଥାଏ । ଏହାକୁ ଅଫିସ ଡେକ୍ସ ଉପରେ ରଖିବା ଦ୍ୱାରା ଚିନ୍ତା ଦୂର ହୋଇଥାଏ ।

ଡେସ୍କ ଉପରେ ଜେଡ ପ୍ଲାଂଟ ରଖନ୍ତୁ । ଏହା ଯେଉଁଭଳି ବଢିବ ଆପଣଙ୍କ ଉନ୍ନତି ମଧ୍ୟ ସେହିଭଳି ହେବ ।

ଏରିକା ପାମକୁ କେବଳ ଆପଣ ଅଫିସରେ ନୁହେଁ ବରଂ ଘରେ ମଧ୍ୟ ରଖିପାରିବେ । ଏହା ଦ୍ୱାରା ବାୟୁ ଶୁଦ୍ଧ ହୋଇଥାଏ ଏବଂ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।

ଚାଇନିଜ ମନି ଟି ବା ପଚୀରା ଏକ୍ୱାଟିକ ଲଗାନ୍ତୁ । ଫେଙ୍ଗସୁଇ ଅନୁସାରେ ଏହା ଖୁବ ଭଲ ।

ମନି ପ୍ଲାଂଟ ଏବଂ ସ୍ନେକ ପ୍ଲାଂଟ ମଧ୍ୟ ଲଗାନ୍ତୁ । ଏହା ଜୀବନରେ ଟଙ୍କା ଭରପୂର କରିଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More